ଓଡିଶା

 ଯୋଗାଯୋଗରୁ  ବିଚ୍ଛିନ୍ନ ହେଲା ଚିତ୍ରକୋଣ୍ଡା,ହନ୍ତସନ୍ତ ଲୋକେ  

(ଚିତ୍ରକୋଣ୍ଡା) : ଲଗାତାର ଚିତ୍ରକୋଣ୍ଡାରେ ବର୍ଷା ହେତୁ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି। ଗୋରା ସେତୁ, ପଣସପୁଟ, ଅଣ୍ଡରାପାଲିରେ, ଯନ୍ତ୍ରୀ ପଞ୍ଚାୟତ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି। ରାସ୍ତାରେ ୩ରୁ ୪ ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଗତ ୨୪ ଘଣ୍ଟାରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି।

ସୂଚନାନୁଯାୟୀ , ଚିତ୍ରକୋଣ୍ଡାରେ ସର୍ବାଧିକ ୧୯୯ ମି.ମି., କୁରୁକୁଣ୍ଡାରେ ୧୮୫ ମି.ମି. ବର୍ଷା। ପାଖାପାଖି ୨୦୦୦ ରୁ ୩୦୦୦ ଲୋକେ ହନ୍ତସନ୍ତ ହେଉଥିବା ସୂଚନା ମିଳିଛି। ପାରଳାଖେମୁଣ୍ଡିରେ ଲଗାଣ ବର୍ଷାରେ ଅସ୍ଥାୟୀ ପୋଲ ଧୋଇ ହୋଇ ଯାଇଛି। ୩ଟି ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

Related posts

ଜିଲ୍ଲାପାଳଙ୍କ ବିଭିନ୍ନ କୋଭିଡ କେୟାର ହୋମ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମୀକ୍ଷା

mahabharatanews

ଅଜଣା ଗାଡି ଧକ୍କାରେ ଯୁବକ ମୃତ

mahabharatanews

ସ୍ୱାଭିମାନ ଅଞ୍ଚଳରେ ୨ ଆଦିବାସୀ ଗୋଷ୍ଠିଙ୍କ ମେଳି

mahabharatanews