ଅପରାଧ

ଘରେ ପଡିଛି ୩ଟି ମୃତଦେହ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଏକ ଘରୁ ଉଦ୍ଧାର ହୋଇଛି ୩ଟି ମୃତଦେହ । ମୃତକମାନେ ହେଲେ ମା’ ୨୮ ବର୍ଷୀୟା ସୋନି ପୋଦାର ଓ ୨ ଝିଅ ୫ ବର୍ଷୀୟା ଝିଅ ମୁସ୍କାନ ଓ ୩ ବର୍ଷୀୟା ରାଧିକା । ସ୍ୱାମୀ ଫେରାର । ପୁଲିସ ଘଟଣାର ତଦନ୍ତ କରୁଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାନାହିଁ ।
ଖବରରୁ ପ୍ରକାଶ, ଗଙ୍ଗାନଗର ଫାଟକପଡାରେ ନାରାୟଣ ପୋଦାର ଓ ସୋନି ପୋଦାର ୨ ଝିଅଙ୍କ ସହ ରହୁଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଘରଭିତରେ ସୋନି ଓ ଦୁଇ ଝିଅ ମୁସ୍କାନ ଓ ରାଧିକାଙ୍କ ମୃତଦେହ ପଡିଥିବା ଦେଖିଥିଲେ । କିନ୍ତୁ ସ୍ୱାମୀ ନାରାୟଣଙ୍କ ଖୋଜ ଖବର ନଥିଲା । ପଡୋଶୀ ପୁଲିସକୁ ଏସମ୍ପର୍କରେ ସୂଚନା ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି ଓ ଫେରାର ନାରାୟଣଙ୍କୁ ଖୋଜୁଛି । ମୃତ୍ୟୁର କାରଣ ଜଣାପଡିନାହିଁ । ତଦନ୍ତ ପରେ ଜଣାପଡିବ ବୋଲି ପୁଲିସ କହିଛି ।

 

Related posts

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ

mahabharatanews

ବ୍ୟାଟେରୀ ଚୋରି ଅଭିଯୋଗରେ ୩ ଗିରଫ

mahabharatanews

ନକଲି ମେଡିସିନକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ପ୍ରତିକ୍ରିୟା

mahabharatanews

Leave a Comment