ଓଡିଶା

ବ୍ରାହ୍ମଣୀ ନଦୀରେ ୩ଟି ଘାଇ; ଅସ୍ତବ୍ୟସ୍ତ ଜନଜୀବନ

ଯାଜପୁର(ସ୍ମୃତି ରଞ୍ଜନ): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ସାମାନ୍ୟ କମିଛି । କିନ୍ତୁ କମିନାହିଁ ଲୋକମାନଙ୍କ ଅସୁବିଧା । କିଛି ସ୍ଥାନରେ ଲୋକମାନଙ୍କ ପାଇଁ ଅସୁବିଧା ଆହୁରି ବଢିଯାଇଥିବା ବେଳେ ପାଣି ଘେରରେ ଜୀବନ କାଟୁଛନ୍ତି ଶହଶହ ପରିବାର । ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଘର ଚାରିପାଖେ ବର୍ଷା ପାଣି ନୁହେଁ ନଈ ପାଣି ଲହରୀ ଭାଙ୍ଗୁଛି ।

ଯାଜପୁର ଜିଲ୍ଲା ବ୍ରାହ୍ମଣୀ ନଦୀରେ ଏକା ଥରକେ ଦୁଇ ଦୁଇଟି ଜାଗାରେ ବନ୍ଧ ଭାଙ୍ଗି ଗାଁ ଭିତରକୁ ପାଣି ମାଡିଯାଇଛି । ଏହାଦ୍ୱାରା ବରୀ ବ୍ଲକ ଅଞ୍ଚଳର ସାହୁପଡା ପଞ୍ଚାୟତ ମାଟିଆପଡା ନିକଟରେ ସୃଷ୍ଟି ହୋଇଛି ୩ଟି ଘାଇ । ଏହାଫଳରେ ସମସ୍ତ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ଯାହାଦ୍ୱାରା ୩ ଶହରୁ ଉର୍ଦ୍ଧ୍ବ  ପରିବାର ପାଣି ଘେରରେ ରହିଛନ୍ତି । ଏହାପୂର୍ବରୁ ଗତକାଲି ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଞ୍ଚାୟତ କଣ୍ଡିଆ ନିକଟରେ ମଧ୍ୟ ନଦୀ ବନ୍ଧ ଭାଙ୍ଗିଥିଲା । ଯାହାଫଳରେ ୫୦ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି ।


ଜିଲ୍ଳାରେ ବର୍ଷା କାରଣରୁ ୧୧୯ଟି ପଞ୍ଚାୟତର ମୋଟ ୫୦୦ରୁ ଉଦ୍ଧ୍ୱର୍ ଗାଁ ପ୍ରଭାବିତ ହୋଇଥିବା ଜଣାଯାଇଛି । ତେବେ ଜିଲ୍ଳାରେ ଏବେ ସୁଦ୍ଧା ମୋଟ ୭ଟି ମାଟି ଘର ଭୁଷୁଡି ପଡିଥିବା ବେଳେ ବରୀ ବ୍ଲକର ବେଦୁଅ ଏବଂ ଭଅଁରା ଅଞ୍ଚଳ ରାସ୍ତାରେ ୨ରୁ ୩ ଫୁଟ ଉପରେ ପାଣି ଚାଲୁଥିବା ଦେଖାଯାଇଛି ।


ତେବେ ବନ୍ୟା ପରିସ୍ଥିତି ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ସୂଚନା ରହିଛି । ଆସନ୍ତା ସମୟରେ ବନ୍ୟା ଆଶଙ୍କା ରହିଥିବାରୁ ରନ୍ଧା ଏବଂ ଶୁଖିଲା ଖାଦ୍ୟ ମହଜୁଦ ରଖିବା ସହିତ ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଛି ।

Related posts

ଟୀକା ନନେଇ ମିଳିଲା ସାର୍ଟିଫିକେଟ

mahabharatanews

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ

mahabharatanews

ଆମର ଝିଅ ଆମର ସ୍ୱାଭିମାନ କାର୍ଯ୍ୟକ୍ରମ

mahabharatanews