ଓଡିଶା

ଯୋଗ ଶିବିର ସହ ୩୧ଟି ଯଜ୍ଞ କୁଣ୍ଡୟ ବିଶ୍ବ ଶାନ୍ତି ମହାଯଜ୍ଞ ଓ ବୈଦିକ ପ୍ରବଚନ

ନୟାଗଡ଼ / ମାନଓ କୁମାର ସାହୁ: ନୟାଗଡ଼ ବ୍ଳକ୍ ଇଟାମାଟି ଗ୍ରାମ ପଞ୍ଚାୟତରେ ୩ଦିନ ଧରି ଯୋଗ ଶିବିର ସହ ୩୧ଟି ଯଜ୍ଞ କୁଣ୍ଡୟ ହୋଇ ଚାଲୁ ରହିଛି ବିଶ୍ବ ଶାନ୍ତି ମହାଯଜ୍ଞ ଓ ବୈଦିକ ପ୍ରବଚନ। ଇଟାମାଟି ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରାଙ୍ଗଣ ତଥା ଇନଡୋର ଷ୍ଟାଡିୟମ ପରିସର ମଧ୍ୟରେ ଗତ କାଲିଠାରୁ ଆରମ୍ଭ ହୋଇଛି ଏହି ବିଶ୍ବ ଶାନ୍ତି ମହାଯଜ୍ଞ ଓ ଯୋଗ ଶିବିର। ପ୍ରତ୍ୟେକ ଦିନ ସ୍ଥାନୀୟ ଓ ନୟାଗଡ଼ ବ୍ଳକ୍ରୁ ବହୁ ଲୋକ ଯୋଗ ଶିବିରରେ ଯୋଗ ଦେବାସହ ଆଧ୍ୟାତ୍ମିକ ପ୍ରବଚନ ଓ ସମୁହ ୩୧ଟି ଯଜ୍ଞଶାଳା ରେ ବିଶ୍ବ ଶାନ୍ତି ମହାଯଜ୍ଞ ଯୋଗଦାନ କରିଛନ୍ତି। ଯୋଗ ଶିକ୍ଷା ଶିବିର କୁ ସନ୍ଥ ପୂଜ୍ୟ ସ୍ବାମୀ ସୁଧାନନ୍ଦ ସରସ୍ବତୀଙ୍କ ଦ୍ବାରା ଉଦଘାଟିତ ହୋଇଛି। ସାମ୍ପ୍ରତିଜ୍ଞ ଅବକ୍ଷୟ ସୁଖୀ ସମାଜ, ପଥ ହୁଡୁଥିବା ଯୁବବର୍ଗ ଓ ଛାତ୍ରଛାତ୍ରୀ ସମାଜ ପାଇଁ ଏହା ମାର୍ଗ ଦର୍ଶକ ଦେଉଛି। ଏହି କାର୍ୟ୍ୟକ୍ରମ ଦ୍ବାରା ସମାଜକୁ ସଜାଡିବାରେ ଅନେକ ସହାୟକ ହେଉଛି। ପ୍ରତିଦିନ ଶହ ଶହ ବ୍ୟକ୍ତି ଉକ୍ତ ଧର୍ମାନୁଷ୍ଠାନ ଓ ଯୋଗ ଶିବିରରେ ସାମିଲ ହୋଇଛନ୍ତି। ବୈଦିକ ଯଜ୍ଞ ଓ ଯୋଗ ପରିବାର ଇଟାମାଟିର କର୍ମକର୍ତ୍ତା ମାନଙ୍କର ସାଧୁ ଉଦ୍ୟମ ପାଇଁ ଉକ୍ତ ଅନୁଷ୍ଠାନ ଚାଲୁ ରହିଛି।

Related posts

କେନ୍ଦୁଝର ରାଜାରାଣୀଙ୍କ ଜାଗର ମହୋତ୍ସବ ଉଦ୍ଘାଟନ

mahabharatanews

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews

ଆରପାରିରେ ସଙ୍ଗୀତ ଜଗତର ବେତାଜ୍ ବାଦଶାହ: ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

mahabharatanews