ଓଡିଶାଶିକ୍ଷା

ଦୁଇଟି ସ୍କୁଲରେ ୩୪ ପିଲା କୋରୋନାରେ ଆକ୍ରାନ୍ତ

ଭୁବନେଶ୍ୱର: କୋରୋନା କଟକଣା ପରେ ଖୋଲୁଛି ଶିକ୍ଷାନୁଷ୍ଠାନ । ଗୋଟିଏ ପରେ ଗୋଟିଏ ସ୍କୁଲର ଛାତ୍ରଛାତ୍ରୀ କୋରୋନା ଆକ୍ରାନ୍ତ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତା ବଢିଛି । ପୁଣି ଧୀରେ ଧୀରେ ସ୍କୁଲଗୁଡିକୁ କିଛି ଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛନ୍ତି ପ୍ରଶାସନ । ଏହିଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଏବଂ ବରଗଡ ଜିଲ୍ଲାରେ । ଉଭୟ ଜିଲ୍ଲାର ୨ଟି ସ୍କୁଲରୁ ମୋଟ ୩୪ ଜଣ ଛାତ୍ରଛାତ୍ରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ସୂଚନା ଅନୁସାରେ ଗତ ୩୧ ତାରିଖରେ ଢେଙ୍କାନାଳ କାମାକ୍ଷାନଗର ପଞ୍ଚାୟତ କାନପୁରା ହାଇସ୍କୁଲ ହଷ୍ଟେଲର ମୋଟ ୧୯୭ ଜଣଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା । ଏହାପରେ ୧ ତାରିଖରେ ମଧ୍ୟ ୧୪୭ ଜଣଙ୍କର କେରୋନା ଟେଷ୍ଟ କରାଯାଇଥିଲା । ତେବେ ୪ ତାରିଖରେ ଆସିଥିବା ରିପୋର୍ଟ ଅନୁଯାୟୀ ସ୍କୁଲରେ ମୋଟ ୨୦ଟି ପଜିଟିଭ କେସ ଚିହ୍ନଟ ହୋଇଛି । ଏଥିମଧ୍ୟରୁ ୧୪ ଜଣ ଛାତ୍ରଛାତ୍ରୀ ଏବଂ ୫ଶିକ୍ଷକ ଓ ଜଣେ ପିଅନଙ୍କ କେରୋନା ରିପୋର୍ଟ ପଜିଟିଭ ଆସିଛି । ଏହାପରେ କାନପୁରା ପଞ୍ଚାୟତିରାଜ ହାଇସ୍କୁଲକୁ ଆସନ୍ତା ୭ ଦିନ ପାଇଁ ବନ୍ଦ କରାଯାଇଛି । ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଘରକୁ ପଠାଇ ଦିଆଯିବା ସହ ଅଫଲାଇନ କ୍ଲାସ ବନ୍ଦ କରି ଅନଲାଇନରେ କ୍ଲାସ ଜାରି ରହିଛି । ସେହିପରି ବରଗଡ ଜିଲ୍ଲାରେ ମଧ୍ୟ ଗୋଟିଏ ସ୍କୁଳର ୨୦ ଜଣ ଛାତ୍ରଛାତ୍ରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ସ୍କୁଲକୁ ମଧ୍ୟ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Related posts

ବବିଙ୍କୁ ନେଇ ବିବାଦ

mahabharatanews

୧୯୬ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର

mahabharatanews

ଉପସଚିବ ପାହ୍ୟାରେ ବଡ଼ଧରଣର ବଦଳି

mahabharatanews