ଓଡିଶା

ଜଳ ସମ୍ପଦ ବିଭାଗ ଅଧୀନ ଗ୍ରାଉଣ୍ଡ ଓ୍ବାଟର ବିଭାଗରେ କାମ କରିବେ ୩୬ ଜଣ ଭୂବିଜ୍ଞାନୀ

ଭୁବନେଶ୍ୱର:ଗ୍ରାଉଣ୍ଡ ୱାଟର ବିଭାଗରେ କାମ କରିବେ ୩୬ ଜଣ ଭୂବିଜ୍ଞାନୀ । ଏହି ୩୬ ଜଣ ଭୂବିଜ୍ଞାନୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଆଗାମୀ ପିଢ଼ିକୁ ଜଳ ଯୋଗାଇବାକୁ ସଚେତନ ରହିବାକୁ ପଡିବ । ଏହି ଅବସରରେ ସଚେତନତା ରଥର ଉଦଘାଟନ କରାଯାଇଛି । ସେହିପରି ଛାତ ଯୋଜନାର ସ୍ବତନ୍ତ୍ର ଆପ ଗେସ ମଧ୍ୟ ଲୋକାର୍ପଣ କରାଯାଇଛି । ସରକାରୀ ଚାକିରିରେ ଅବହେଳା ନକରି ଭଲ ଭାବେ କାମ କରିବାକୁ ନବନିଯୁକ୍ତ ଭୂବିଜ୍ଞାନୀଙ୍କୁ ଉଦବୋଧନ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ଶାସନ ସଚିବ ଅନୁ ଗର୍ଗ । କାମ କରିବାକୁ ସରକାର ସମସ୍ତ ପ୍ରକାର ସହଯୋଗ ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।ନୂତକ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଜଳ ସମ୍ପଦ ବିଭାଗର ପଦାଧିକାରୀ । ଆଗକୁ ଭୂତଳ ଜଳ ସଂରକ୍ଷଣ ଦିଗରେ ସେମାନେ କାମ କରିବେ । ବର୍ତମାନ ଭୂତଳ ଜଳ ଉତ୍ତୋଳନରେ ଜାତୀୟ ହାରଠାରୁ ଓଡ଼ିଶାର ହାର ଭଲ ରହିଛି ।ସେହିପରି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ଆତ୍ମବିଶ୍ବାସ ସହ କାମ କରନ୍ତୁ । ଚାଷରେ ଉନ୍ନତି ଦିଗରେ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଚଳିତ ବଜେଟରେ ଜଳ ସଂପଦ ବିଭାଗ ପାଇଁ ୧୧ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୫ଞ ଅଧୀନରେ କାମ କରି ମିଳିମିଶି ସରକାରଙ୍କ ଯୋଜନାକୁ ସଫଳ କରିବାକୁ ସେ ଦିଗଦର୍ଶନ ଦେଇଛନ୍ତି ।

Related posts

ବଢୁଛି  ସ୍କ୍ରବ୍ ଟାଇଫସ୍; ସର୍ବାଧିକ ସୁନ୍ଦରଗଡ଼ରେ ୨୦୬ ରୋଗୀ ଚିହ୍ନଟ‌

mahabharatanews

୧୬ରୁ ଆରମ୍ଭ ହେବ ଐତିହାସିକ ଖଣ୍ଡଗିରି କୁମ୍ଭମେଳା 

mahabharatanews

ସତ୍ୟଭୂଷଣ ସାହୁ କଂଗ୍ରେସର ପ୍ରାର୍ଥୀ ହେବେ : ଅଫିସିଆଲି ବିଜ୍ଞପ୍ତି ପ୍ରକାଶ ପାଇବ

mahabharatanews