ଓଡିଶା

ପାଞ୍ଚ ବର୍ଷରେ ୧୧ ହଜାର ୨୭୮ ନାବାଳିକା ନିଖୋଜ

ଭୁବନେଶ୍ୱର : ଗତ ପାଞ୍ଚ ବର୍ଷରେ ୧୧ ହଜାର ୨୭୮ ନାବାଳିକା ନିଖୋଜ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ ହଜାର ୨୦୭ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ସେହିପରି ୨୧୧୦ ନାବାଳକ ନିଖୋଜ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୭୬ ଉଦ୍ଧାର କରାଯାଇଛି ।

ରାଜ୍ୟରେ ଗତ ପାଞ୍ଚ ବର୍ଷରେ ୫ ହଜାର ୫୬୨ ଜଣ ମହିଳା ନିଖୋଜ ହୋଇଥିବା ବେଳେ ୧୭ ହଜାର ୭୪୦ ଜଣଙ୍କୁ ଉଦ୍ଧାର କରାଯାଇଛି । ସେହି ପାଞ୍ଚ ବର୍ଷରେ ୧୪ ହଜାର ୫୧୫ ଜଣ ପୁରୁଷ ମଧ୍ୟ ନିଖୋଜ ହୋଇଛନ୍ତି । ମହିଳା, ନାବାଳକ ଓ ନାବାଳିକା ଚାଲାଣ ମାମଲାରେ ଏହି ପାଞ୍ଚ ବର୍ଷ ରେ ୭୧୫ ଜଣଙ୍କୁ ଗିରଫ କରାଯାଇଛି । ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ଉତ୍ତର |

Related posts

ଭିନ୍ନକ୍ଷମ ପିଲାଙ୍କ ସର୍ଭେ ପାଇଁ ନିର୍ଦ୍ଧେଶ

mahabharatanews

ବାଘ ସଙ୍କଟ : ରାଜ୍ୟରେ ଲଗାତାର ହ୍ରାସ ପାଉଛି ସଂଖ୍ୟା

mahabharatanews

ସିଲଭର ସିଟିରେ ଉତ୍କଳକେଶରୀଙ୍କ ୧୨୨ ତମ ଜନ୍ମ ଜୟନ୍ତୀ ପାଳିତ

mahabharatanews