Accidentଓଡିଶା

ବାଇକରେ ଯିବା ବେଳେ ଚାପିଦେଲା ଟ୍ରକ୍‌, ୩ ମୃତ

କେନ୍ଦୁଝର: ଦୁର୍ଘଟଣାର ହଟସ୍ପଟ୍ ପାଲଟିଛି କେନ୍ଦୁଝର ସହର । ଆଜି ପୁଣି ଅକାଳରେ ଝଡ଼ି ପଡ଼ିଛି ଜୀବନ । ବାଇକରେ ଯିବା ବେଳେ ଟ୍ରକ୍ ଚାପି ଦେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ଯୋଡ଼ା ଥାନା ଡିଏଭି ସ୍କୁଲ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାପାପୁଅଙ୍କ ସହ ପଡ଼ୋଶୀ ପୁଅଙ୍କ ଘଟଣାସ୍ଥଳରେ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ସମସ୍ତ ମୃତକ ଆଜାଦ ବସ୍ତିର ବୋଲି ଜଣାପଡ଼ିଛି ।

ଆଜି ସକାଳେ କ୍ରିଷ୍ଣା ନିଜ ପୁଅ ସହ ପଡ଼ୋଶୀର ପୁଅ ଗଣେଶକୁ ବାଇକ ଯୋଗେ ସ୍କୁଲ ଛାଡ଼ିବାକୁ ଯାଉଥିଲେ।। ଯୋଡ଼ା ଥାନା ଡିଏଭି ସ୍କୁଲ ନିକଟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ୩ ଜଣଙ୍କୁ ଧକ୍କା ଦେଇଥିଲା। ପରେ ସମସ୍ତେ ତଳେ ଛିଟିକି ତଳେ ପଡ଼ି ଯାଇଥିଲେ। ପରେ ଟ୍ରକଟି ୩ ଜଣଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ଘଟିଥିଲା।

ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଲାଗି ରହିଛି । ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଛି।

Related posts

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ଼

mahabharatanews

ରେଙ୍ଗାଲି ଗ୍ରାମପଞ୍ଚାୟତରେ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews

ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ

mahabharatanews