Accidentbharat

ଡିଜେ ଗାଡ଼ି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୮ କାଉଡିଆଙ୍କ ମୃତ୍ୟୁ

ହାଜିପୁର : ବିଦ୍ୟୁତ୍ ଆଘତରେ ଚାଲିଗଲା କାଉଡ଼ିଆଙ୍କ ଜୀବନ । କାଉଡ଼ିଆମାନେ ଯାଉଥିବା ଡିଜେ ଗାଡ଼ି ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ୮ କାଉଡିଆଙ୍କ ମୃତ୍ୟୁ ହୋଇଛି । ବିହାରର ବୈଶାଲି ଜିଲ୍ଲା ହାଜିପୁରରେ ପାଣି ନେଇ ଆସିବା ବେଳେ ଏଭଳି ଅଘଟଣ ଘଟିଛି । ଏଥିରେ ଆଉ ୬ରୁ ଅଧିକ କାଉଡିଆଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମୃତକମାନେ ଗୋଟିଏ ଗାଁର ଓ ସେମାନଙ୍କ ବୟସ ୧୫ରୁ ୨୦ ବର୍ଷ ମଧ୍ୟରେ ବୋଲି ଜଣାଯାଇଛି। ଗତରାତିରେ କାଉଡ଼ିଆମାନେ ପାଣି ଉଠାଇବା ନିମନ୍ତେ ଘରୁ ବାହାରିଥିବା ବେଳେ ପହଲେଜା ଘାଟ ଅଭିମୁଖେ ଯାଉଥିଲେ। ଏହି ସମୟରେ କାଉଡ଼ିଆମାନେ ଡିଜେ ବଜାଇ ତାହାର ତାଳେ ତାଳେ ଆଗେଇ ଚାଲିଥିଲେ।

ହଠାତ୍ ଡିଜେଟି ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ତାହା ନିକଟରେ ଯାଉଥିବା କାଉଡ଼ିଆମାନେ ବି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଘଟଣାସ୍ଥଳରେ ୯ ଜଣ କାଉଡ଼ିଆ ଗୁରୁତର ହୋଇ ଯାଇଥିଲେ। ତୁରନ୍ତ ସମସ୍ତଙ୍କୁ ସ୍ଥାନୀୟ ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

Related posts

ପ୍ରବଳ ବର୍ଷା କାରଣରୁ ଭୁଷୁଡିଗଲା ରେଳ ଷ୍ଟେସନ୍ ଛାତ ।

mahabharatanews

ମହିଳା କ୍ରିକେଟ୍ ଟିମ୍ ପାଇଁ ଖୁସି ଖବର ।

mahabharatanews

Economic Survey 2024: ଚାକିରି ଛଡ଼ାଇନେବ ଏଆଇ

mahabharatanews