ପୁଡୁଚେରୀ: ପୁଡୁଚେରୀରେ ଆଗକୁ ବିଧାନସଭା ନିର୍ବାଚନ ଅଛି । ଏହା ପୂର୍ବରୁ ପଣ୍ଡିଚେରୀରେ ଦେଖା ଦେଇଛି ରାଜନୈତିକ ଅସ୍ଥିରତା । ଗୋଟିଏ ପଟେ ଶାସକ କଂଗ୍ରେସ ଦଳ ସଂଖ୍ୟା ଗରିଷ୍ଠତା ହରାଇଛି । ଅନ୍ୟ ପଟରେ ଉପ-ରାଜ୍ୟପାଳ କିରଣ ବେଦୀଙ୍କୁ ରାଷ୍ଟ୍ରପତି ପଦରୁ ହଟାଇ ଦେଇଛନ୍ତି । ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ୪ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି। ୪ ବିଧାୟକ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ କ୍ୟାବିନେଟ୍ ବୈଠକ ଡକାଇ ବହୁମତ ସାବ୍ୟସ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ପୁଡୁଚେରୀ ବିଧାନସଭାର ବିଧାୟକ ସଂଖ୍ୟା ୩୦ ଥିବା ବେଳେ କଂଗ୍ରେସ ୧୫ ବିଧାୟକଙ୍କ ସମେତ ୩ ଡିଏମକେ ବିଧାୟକ ଓ ଜଣେ ନିର୍ଦଳୀୟ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଥିଲା । କିନ୍ତୁ ଗତ ବର୍ଷ ଜଣେ ବିଧାୟକଙ୍କୁ ଆବୈଧ ଘୋଷିତ କରାଯାଇଥିଲା । ଏବେ ୪ ବିଧାୟକ ଇସ୍ତଫା ଦେବା ପରେ ଏବେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ୧୦ ସହ ମୋଟ ୧୪ ବିଧାୟକ ରହିଛନ୍ତି । ଅନ୍ୟ ପଟେ ବିରୋଧୀ ଦଳ ପାଖରେ ୧୪ ବିଧାୟକ ରହିଥିବାରୁ ସେମାନେ ଫ୍ଲୋର ଟେଷ୍ଟ ପାଇଁ ଦାବି ଜଣାଇଛନ୍ତି । କଂଗ୍ରେସ ନେତା ଭି ନାରାୟଣ ଙ୍କସାମୀ ପାଇଁ ଚିନ୍ତାର ବିଷୟ ହୋଇଛି । ଏହି ଘଟଣା ପରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଡୁଚେରୀ ଗସ୍ତ କରିବାର ଅଛି ।
Alternative de qualité au très connu Viagra, le Cialis n’a rien à envier à son grand frère. Il peut même se venter d’offrir un prix plus attractif pour des résultats identiques cliniquement prouvés et attestés. best online casino La stimulation sexuelle est indispensable.