ଓଡିଶା

ଚାଲାଣ ବେଳେ ୪୮ ଦାଦନ ଉଦ୍ଧାର

କଣ୍ଟାବାଞ୍ଝି: ରାଜ୍ୟ ବାହାରକୁ ଦାଦନ ଚାଲାଣ ବେଳେ ୪୮ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । କଣ୍ଟାବାଞ୍ଝି ପୋଲିସ ଚାଲାଣ ବେଳେ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ଦାଦନ ଶ୍ରମିକଙ୍କ ମଧ୍ୟରୁ ୨୩ ମହିଳା ଥିବା ବେଳେ ୮ ଶିଶୁ ଓ ୨୫ ପୁରୁଷ ଅଛନ୍ତି ।
ସମସ୍ତ ଶ୍ରମିକ ବରଗଡ ଜିଲ୍ଲା ବରପାଳି, ନୂଆପଡା ଜିଲ୍ଲା ବୁଡେନ, ସିନାପାଳି, ବଲାଙ୍ଗିର ଜିଲ୍ଲା ମୁରିବାହାଲ, ଚୁଡାପାଳିଅଂଚଳର ବୋଲି ଜଣାଯାଇଛି । ଦାଦନ ସର୍ଦାର ଏହି ଶ୍ରମିକମାନଙ୍କୁ ମୁଣ୍ଡ ପିଛି ୩୫ ରୁ ୪୦ ହଜାର ଲେଖାଏ ଅଗ୍ରିମ ଦେଇଥିଲା । ଶ୍ରମିକମାନେ ରେଳ ଷ୍ଟେସନ ପର୍ଯ୍ୟନ୍ତ ଅଟୋ ଓ ପିକଅପ ଗାଡିରେ ଯାଉଥିବା ବେଲେ ପୋଲିସ ହାବୁଡରେ ପଡିଥିଲେ । ଦାଦନ ଶ୍ରମିକ ଫେରାର ହୋଇଯାଇଥିବା ବେଳେ ପୁଲିସ ଶ୍ରମିକମାନଙ୍କୁ ହାଇଦ୍ରାବାଦର କୌଣସି ଇଟାଭାଟିରେ କାମ କରିବାକୁ ନିଆଯାଉଥିଲା ।

 

Related posts

ମୃତ ହାତୀ ଶାବକ ଉଦ୍ଧାର

mahabharatanews

ବ୍ଲକ କାର୍ଯ୍ୟାଳୟ  ସ୍ଥାନାନ୍ତର ପ୍ରତିବାଦରେ ବିକ୍ଷୋଭ

mahabharatanews

ଗ୍ରୀଡକୋ କୁ ବକେୟା ବିଲ୍ ପ୍ରଦାନ ନେଇ କହିଲେ ଉପମୁଖ୍ୟମନ୍ତ୍ରୀ

mahabharatanews