Uncategorized

 ପ୍ରଧାନମନ୍ତ୍ରୀ ମୋଦି ଜୈସଲମେରରେ ଯବାନଙ୍କୁ ଜଣାଇଲେ ଦୀପାବଳୀରୁ ଶୁଭେଚ୍ଛା

ଜୈସଲମେର: ପ୍ରଧାନମନ୍ତ୍ରୀ ମୋଦି ଜୈସଲମେରରେ ପହଞ୍ଚିଛନ୍ତି। ଆଜି ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ମୋଦି ଜୈସଲମେରରେ । ପ୍ରଧାନମନ୍ତ୍ରୀ ଲୋଙ୍ଗେବାଲା ପୋଷ୍ଟରେ ପହଞ୍ଚି ୧୯୭୧ ମସିହାରେ ଯୁଦ୍ଧରେ ତିଆରି ହୋଇଥିବା ୱାର ମେମୋରିଆଲକୁ ଯିବେ। ଜୈସଲମେରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ସମସ୍ତ ଯବାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶବାସୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
ମୋଦି ଯବାନଙ୍କୁ ଆହୁରି କହିଛନ୍ତି, ଆଜି ଆପଣମାନଙ୍କ ପାଖକୁ ପ୍ରତ୍ୟେକ ଭାରତବାସୀଙ୍କ ଶୁଭକାମନା, ସ୍ନେହ ଓ ପ୍ରେମ ନେଇ ଆସିଛି। ମୁଁ ଆଜି ସେହି ବୀର ମା, ଭଉଣୀ ଓ ଶିଶୁଙ୍କୁ ମଧ୍ୟ ଦୀପାବଳିର ଶୁଭକାମନା ଦେଉଛି, ସେମାନଙ୍କ ତ୍ୟାଗକୁ ପ୍ରଣାମ ଜଣାଉଛି, ଯେଉଁମାନଙ୍କ ପୁଅ, ଭାଇ, ବାପା ସୀମାରେ ଅଛନ୍ତି। ଆପଣମାନେ ବରଫାବୃତ୍ତ ପାହାଡିଆ ଅଞ୍ଚଳରେ ରୁହନ୍ତୁ କି ମରୁଭୂମିରେ, ମୋ ଦୀପାବଳି ଆପଣମାନଙ୍କ ପାଖକୁ ଆସି ହିଁ ପୁରା ହୋଇଥାଏ। ଆପଣଙ୍କ ମୁହଁର ତେଜ ଦେଖିଲେ ଖୁସି ଦେଖିଲେ ମୋ ଖୁସି ଦୁଇଗୁଣ ହୋଇଯାଏ।’

 

Related posts

ଏକକାଳୀନ ୬ ଶିଶୁ ପ୍ରସବ

mahabharatanews

ଲକଡାଉନ ଭାରତକୁ ପ୍ରଦୂଷଣମୁକ୍ତ କରିଛି: ନାସା

mahabharatanews

କୋରୋନା ସଂକ୍ରମଣ ଭୟରେ ଆତ୍ମହତ୍ୟା

mahabharatanews