ଓଡିଶା

ଭୁବନେଶ୍ୱର: ରାଜ୍ୟରେ ନାରୀ ଅସୁରକ୍ଷିତ । ବୃଦ୍ଧିପାଇ ଚାଲିଛି ଦୁଷ୍କର୍ମ, ନାବାଳିକା ଅସଦାଚରଣ, ହତ୍ୟା, ଯୌତୁକ ଜନିତ ହତ୍ୟା ଓ ମହିଳା ନିର୍ୟ୍ୟାତନା ପରି ଘଟଣା । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଗୃହରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପ୍ରଶ୍ନର ଉତ୍ତରରେ ଯେଉଁ ତଥ୍ୟ ଦେଇଛନ୍ତି ତାହା ଦର୍ଶାଉଛି, ରାଜ୍ୟରେ ନାରୀ ନିର୍ଯାତନାରେ ଲାଗୁନାହିଁ ଲଗାମ । ୨୦୧୯ ରେ ୨୯୫୦ ଦୁଷ୍କର୍ମ ହୋଇଥିବା ବେଳେ ୨୦୨୦ରେ ଏହା ୨୯୮୪ ଓ ୨୦୨୧ ଜୁନ ସୁଦ୍ଧା ୧୫୬୩ ହେଲାଣି । ସେହିପରି ୨୦୧୯ରେ ନାବାଳିକା ଦୁଷ୍କର୍ମ ୧୬୩୫ ରହିଥିବା ବେଳେ ୨୦୨୦ରେ ୧୬୪୬ଟି ଓ୨୦୨୧ ଜୁନ ସୁଦ୍ଧା ୭୮୬ରେ ପହଞ୍ଚିଛି।
ହତ୍ୟା ଘଟଣା ମଧ୍ୟ କିଛି କମ ନ।।ହିଁ । ୨୦୧୯ରେ ୧୩୫୬, ୨୦୨୦୨ରେ ୧୪୭୦ ଓ ୨୦୨୧ ଜୁନ ସୁଦ୍ଧା ୭୮୨ଟି ହତ୍ୟା ଅଭିଯୋଗ ହୋଇଛି । ଯୌତୁକଜନିତ ହତ୍ୟା ୨୦୧୯ରେ ୨୭୮, ୨୦୨୦ରେ ୩୧୧ ଓ ୨୦୨୧ ଜୁନ ସୁଦ୍ଧା ୧୮୪ଟି ମାମଲା ରୁଜୁ ହୋଇଛି । ଅନ୍ୟପଟେ ଯୌନ ଉତ୍ପୀଡ଼ନ କ୍ଷେତ୍ରରେ ୨୦୧୯ ମସିହାରେ ୬୮୪୮ଟି ମାମଲା ଦାଏର ହୋଇଥିବା ବେଳେ ୨୦୨୦ରେ ୭୯୩୭ ଓ ୨୦୨୧ ଜୁନ ସୁଦ୍ଧା ୪୯୪୯୪ଟି ମାମଲା ସାମ୍ନାକୁ ଆସିଛି । ଏସିଡ଼ ଆଟାକ୍ ଫଳରେ ୨୦୧୯ରେ ୩ ଜଣ, ୨୦୨୦୨ ରେ ୬ ଜଣ ଆଉ ୨୦୨୧ ଜୁନ ସୁଦ୍ଧା ୧ଟି କେସ ରୁଜୁ ହୋଇଥିବା ତଥ୍ୟ ମନ୍ତ୍ରୀ ଗୃହକୁ ପ୍ରଦାନ କରିଛନ୍ତି ।

 

Related posts

ଭାରତ ବିକାଶ ପରିଷଦ ପକ୍ଷରୁ ହୋମିଓପାଥୀ ଔଷଧ ବଣ୍ଟନ

mahabharatanews

ପିକନିକ୍ ଯାଉଛନ୍ତି କି ? ଜାଣି ରଖନ୍ତୁ ଏହି ନିୟମ  

mahabharatanews

ରାଜ୍ୟର ୭୩ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ

mahabharatanews