ଓଡିଶା

୫-ଟି ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ

(ସମ୍ବଲପୁର) : ସମ୍ବଲପୁର ଗସ୍ତରେ ୫-ଟି ଅଧ୍ୟକ୍ଷ । ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଯାଇ ସମଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ସକାଳୁ ସକାଳୁ ମା ସମଲେଶ୍ୱରୀଙ୍କୁ ଦର୍ଶନ କରିବା ସହିତ ସମଲେଇ ପ୍ରକଳ୍ପର ଶେଷ ସମୀକ୍ଷା କରିଛନ୍ତି ।

ସୂଚନାନୁଯାୟୀ , ଆସନ୍ତା ୨୨ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟଶେଷ ହେବ ସେନେଇ ଆଲୋଚନା କରିଛନ୍ତି । ଅପରପକ୍ଷରେ 27 ତାରିଖରେ ସମଲେଇ ପ୍ରକଳ୍ପ ପୂର୍ବରୁ ସମସ୍ତ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୭ତାରିଖରେ ସମଲେଇ ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ତେଣୁ ଶୀଘ୍ର କାମ ସାରିବାକୁ ଫାଇଭ୍-ଟି ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମହାନଦୀ ଭ୍ୟୁ ପଏଣ୍ଟ ବୁଲି ଦେଖିବା ସହ ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ।

Related posts

ହିଞ୍ଜିଳିରେ ପଂହଚିଲେ ୭୪ ପ୍ରବାସୀ ଓଡ଼ିଆ

mahabharatanews

ଓଡ଼ିଆ ଫିଲ୍ମ ରିଲିଜ ହେଲା : ଦୃଷ୍ଟିକୋଣ

mahabharatanews

Big Update : 20ଟି ପ୍ରମୁଖ ସ୍ଥାନରେ ମେଟ୍ରୋ ରେଳ ଷ୍ଟେସନ କରିବେ ସରକାର

mahabharatanews