ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୫୭୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୯୭ରେ ପହଞ୍ଚିଛି। ଆଜିର ଚିହ୍ନଟଙ୍କ ମଧ୍ୟରୁ ୪୦୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୬୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ୨୧ ଜିଲ୍ଲାରୁ ଏସମସ୍ତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
୫୭୧ ଚିହ୍ନଟଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୭୩, ଅନୁଗୁଳରୁ ୪, ବାଲେଶ୍ୱରରୁ ୨୮, ଭଦ୍ରକରୁ ୧, ବଲାଙ୍ଗୀରରୁ ୫, କଟକ ଜିଲ୍ଲାରୁ ୨୯, ଢେଙ୍କାନାଳରୁ ୧, ଗଜପତିରୁ ୫୬, ଜଗତସିଂହପୁରରୁ ୧୭, ଯାଜପୁର ଜିଲ୍ଲାରୁ ୧୬, ଝାରସୁଗୁଡ଼ା ଜିଲ୍ଲାରୁ ୧, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୩୭, ମୟୂରଭଞ୍ଜରୁ ୧୪, ନବରଙ୍ଗପୁରରୁ ୭, ନୟାଗଡ଼ରୁ ୧, ପୁରୀରୁ ୪, ରାୟଗଡ଼ାରୁ ୧୦, ସମ୍ବଲପୁରରୁ ୬ ଓ ସୁନ୍ଦରଗଡ଼ରୁ ୫୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ୍ ୬୪୮୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୫୭ ରହିଛି।
previous post