ଓଡିଶା

ଆଜିଠୁ ରାଜଧାନୀରେ ଖୋଲିଲା ପାର୍କ

(ମମତା ସାମଲ ): ଆଜିଠୁ ରାଜଧାନୀରେ ଖୋଲିଲା ପାର୍କ। ଭୁବନେଶ୍ଵରରେ କିଛି ପାର୍କ ପରୀକ୍ଷାମୂଳକ ଭାବେ ଖୋଲାଯାଇଛି । କରୋନା ମୁକାବିଲା ନେଇ ଲକ୍ ଡାଉନ୍ ପାଇଁ ବନ୍ଦ ହୋଇଥିବା ପାର୍କ ପୁଣି ଥରେ ଆଜି ଖୋଲିଛି। ଭୁବନେଶ୍ଵରର ୩ଟି ପାର୍କ ଖୋଲିଛି । ଆଇଜି ପାର୍କ, ଫରେଷ୍ଟ ଓ ବୁଦ୍ଧ ପାର୍କକୁ ପରୀକ୍ଷାମୂଳକ ଭାବେ ଆଜିଠୁ ଖୋଲା ଯାଇଛି।

ତେବେ ପାର୍କ ଖୋଲିବା ନେଇ ଏକ ଗାଇଡଲାଇନ ଜାରି କରାଯାଇଛି। ଏହି ନିର୍ଦେଶ ଅନୁସାରେ ପାର୍କ ଖୋଲିବା ସମୟରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏଣିକି ସକାଳ ୭ରୁ ଦିନ ୧୦ ଓ ଅପରାହ୍ନ ୪ରୁ ସନ୍ଧ୍ୟା ୬ଯାଏଁ ପାର୍କ ଖୋଲା ରହିବ। ପାର୍କରେ ସମାଜିକ ଦୂରତ୍ୱ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।ପାର୍କ ପରିସର ମଧ୍ୟରେ ଛେପ ପକାଇବା, ବାୟାମ ଉପକରଣ ବ୍ୟବହାର, ଗୋଟିଏ ସ୍ଥାନରେ ଅନେକ ବ୍ୟକ୍ତି ବସିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

Related posts

ରାଜ୍ୟରେ ବଢୁଛି ଶୀତ : ୧୫ଡିଗ୍ରୀ ତଳେ ୫ ସହର 

mahabharatanews

ମେୟରଙ୍କ ନେତୃତ୍ୱରେ ବିଏମସିର ଆଜି ବସିବ ଦ୍ୱିତୀୟ ପରିଷଦ ବୈଠକ

mahabharatanews

ସମୀରଙ୍କୁ ବିଜେପି ରାଜ୍ୟ ମୁଖପାତ୍ର ନିଯୁକ୍ତି 

mahabharatanews