(ଭୁବନେଶ୍ୱର) : ଭୁବନେଶ୍ବର ବରମୁଣ୍ଡା ସ୍ଥିତ ନିର୍ମାଣଧୀନ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ନିର୍ମାଣ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କଲେ ୫ଟି ସଚିବ ଭିକେ ପାଣ୍ଡିଆନ୍ । ଜୁଲାଇ ମାସ ସୁଦ୍ଧା ପୁରା ନିର୍ମାଣ କାମ ସମ୍ପୂର୍ଣ୍ଣ କରିବାକୁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ । ୧୮୦ କୋଟି ଟଙ୍କା ବ୍ୟୟରେ ଏହି ଟର୍ମିନାଲ ନିର୍ମାଣ କାମ ଚାଲିଛି। ନିର୍ମାଣସ୍ଥଳ ପରିଦର୍ଶନ କରି ପାଣ୍ଡିଆନ ପୁରା ନିର୍ମାଣ କାମର ଏକ ଭିଡିଓ ପ୍ରେଜେଣ୍ଟେସନ ଦେଖି ଆଲୋଚନା କରିଥିଲେ ।
ସୂଚନାନୁଯାୟୀ , ପ୍ରକଳ୍ପର ୮୫ ପ୍ରତିଶତ କାମ ଶେଷ ହୋଇ ସାରିଛି । ଜୁନ୍ ମାସ ଶେଷ ସୁଦ୍ଧା ସିଭିଲ୍ କାମ ସରିବ ବୋଲି ଜଣାଯାଇଛି । ୧୧ ଏକର ଜମିରେ ହେଉଛି ବିଶ୍ବସ୍ତରୀୟ ବସ ଟର୍ମିନାଲ। ଟର୍ମିନାଲରେ ଦୈନିକ ୨ ହଜାର ବସ ଚଳାଚଳ କରିବ ସୌରଶକ୍ତିରେ ଚାଲିବ ପୂରା ଟର୍ମିନାଲ । ବର୍ତ୍ତମାନ ସୁଦ୍ଧା ୮୦ ପର୍ତିଶତ କାମ ସରିଥିବା ସୂଚନା । ଏଥିରେ ଓ୍ୱାଇ-ଫାଇ ସହିତ ବର୍ଜ୍ୟଜଳ ବିଶୋଧନ ବ୍ୟବସ୍ଥା ମଧ୍ୟ କରାଯାଉଛି । ଏତଦବ୍ୟତୀତ ଯାତ୍ରୀମାନଙ୍କ ସୁବିଧା ପାଇଁ ସେଠାରେ ଆହାର ପ୍ଲସ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି ।
