ଓଡିଶା

ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ପାଇଁ ବୋଲଗଡ ଯୁବଶକ୍ତି ପକ୍ଷରୁ କ୍ୟଣ୍ଡେଲ ଶୋଭାଯାତ୍ରା

(ବୋଲଗଡ/ସୁରେଶ କୁମାର ସାମନ୍ତରାୟ): ଲଦାଖର ଗଲୱାନ ଘାଟି ଠାରେ ଭାରତ–ଚୀନ ରକ୍ତାକ୍ତ ସଂଘର୍ଷରେ ସହିଦ ହୋଇଯାଇଥିବା ଭାତରର ଅମର ଜବାନମାନଙ୍କ ଉଦ୍ଦେଶ୍ୟରେ ଆଜି ସଂନ୍ଧ୍ୟାରେ ବୋଲଗଡ ଯୁବ ଶକ୍ତି ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗୋପବନ୍ଧୂ ଛକ ଠାରୁ ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ବହାରି ବୋଲଗଡର ବିଭିନ୍ନ ଛକ ଓ ମୁଖ୍ୟ ରାସ୍ତା ପରିକ୍ରମା କରିଥିଲା । ତେବେ ଚିନ ପ୍ରସ୍ତୁତ ଜିନିଷ ବ୍ୟବହାର ନକରିବା ପାଇଁଯୁବ ଶକ୍ତିର ଯୁବକ ମାନେ ଆହ୍ୱାନ ଦେଇଛନ୍ତି । ଏପରିକି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କର ଏକ ଫଟୋଚିତ୍ର ସହିତ କେତେକ ଚୀନ ପ୍ରସ୍ତୁତି ସାମଗ୍ରୀ ଗୁଡିକୁ ମଧ୍ୟ ଯୁବ ଶକ୍ତିର ସଦସ୍ୟ ମାନେ ପୋଡିଥିଲେ । ଗଲୱାନ ଘାଟି ସମ୍ପୂର୍ଣ୍ଣ ଭାବେ ଭାରତର ହୋଇଥିବା ବେଳେ ଚୀନ ସେନା ସେଠାରେ ଭାରତୀୟ ସେନାର ବୀର ଜବାନ ମାନଙ୍କୁ ଆକ୍ରମଣ କରି ଗଣ୍ଡଗୋଳ ସୃଷ୍ଟି କରିବା ସହିତ ସୀମାରେ ଉତ୍ତେଜନା ବଢାଉଥିବାରୁ ଚୀନର କୌଣସି ଦ୍ରବ୍ୟ ବ୍ୟବହାର ନକରିବା ପାଇଁ ଯୁବ ଶକ୍ତି ପକ୍ଷରୁ ସମସ୍ତ ଯୁବକ ମାନେ ମତବ୍ୟକ୍ତ କରିଛନ୍ତି ।

Related posts

ଶ୍ରୀମନ୍ଦିର ଭିତର ଫୋଟୋ ଭାଇରାଲ: ଥାନାରେ ଏତଲା

mahabharatanews

ଉଦ୍ଘାଟନୀ ଉତ୍ସବକୁ ଯାଇ ବିଧାୟକ ହଟହଟା

mahabharatanews

୧୯୯୮ ମସିହା ଛାତ୍ର ଛାତ୍ରୀ ମାନଙ୍କର ବନ୍ଧୁ ମିଳନ ପର୍ବ

mahabharatanews