(ଦିଲ୍ଲୀ) : ଇସ୍ରାଏଲ ଓ ପାଲେଷ୍ଟାଇନ ସଙ୍ଗଠନ ହାମାସ୍ ମଧ୍ୟରେ ଚାଲିଥିବା ବିନାଶକାରୀ ଯୁଦ୍ଧ ଏବେ ସପ୍ତମ ମାସରେ ପହଞ୍ଚିଛି । ଗତ ୬ ମାସ ମଧ୍ୟରେ ଏହି ଯୁଦ୍ଧଜନିତ ଧ୍ୱଂସଲୀଳା ଓ ମୃତ୍ୟୁର ତାଣ୍ଡବ ସମଗ୍ର ବିଶ୍ୱକୁ ଆନ୍ଦୋଳିତ କରିଛି । ଇସ୍ରାଏଲ ଏହି ଯୁଦ୍ଧ ବନ୍ଦ କରିବା ପାଇଁ ଏବେ ଏହାର ମିତ୍ର ରାଷ୍ଟ୍ର ଆମେରିକା ସମେତ ଅନ୍ୟ ସହଯୋଗୀ ରାଷ୍ଟ୍ରମାନେ ଚାପ ସୃଷ୍ଟି କରୁଛନ୍ତି ।
ସୂଚନାନୁଯାୟୀ , ଏହିସବୁ ଭିତରେ ଏକ ବଡ଼ ଖବର ସାମ୍ନାକୁ ଅସିଛି । ଆଉ ତାହା ହେଉଛି ଇସ୍ରାଏଲ ତାହାର ବିଭିନ୍ନ ନିର୍ମାଣ କାର୍ଯ୍ୟ ନିମନ୍ତେ ଭାରତରୁ ୬ହଜାର ଶ୍ରମିକଙ୍କୁ ନେବ । ଭାରତରୁ ଶ୍ରମିକ ନେବା ନିମନ୍ତେ ଇସ୍ରାଏଲକୁ ଭାରତ ସରକାର ଆବଶ୍ୟକ ଅନୁମତି ପ୍ରଦାନ କରିଛନ୍ତି । ପ୍ରାର୍ଥୀ ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଇସ୍ରାଏଲରେ ଏବେ ଶ୍ରମିକଙ୍କ ଅଭାବ ଦେଖାଯାଇଛି । ଯୁଦ୍ଧ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ପ୍ରତିଷ୍ଠାନର ପୁନଃନିର୍ମାଣ କାର୍ଯ୍ୟରେ ଏହି ଶ୍ରମିକମାନେ ନିୟୋଜିତ ହେବେ । ଏପ୍ରିଲ ଓ ମେ ମାସରେ ଭାରତୀୟ ଶ୍ରମିକମାନେ ଇସ୍ରାଏଲ୍ ଯିବେ ।
