ଓଡିଶା

ଏନକାଉଣ୍ଟରରେ ଟଳିଲେ ୭ ମାଓବାଦୀ

ମାଲକାନଗିରି: ଟଳିପଡିଲେ ୭ ମାଓବାଦୀ । ସୀମାନ୍ତ ଛତିଶଗଡ଼ ବସ୍ତରରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ। ଆବୁଝାମାଡ଼ ଜଙ୍ଗଲରେ ଆଜି ସାକଳୁ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ୭ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ମାଓବାଦୀ ରହିଥିବା କୁହାଯାଉଛି ।

DRG ଓ STFର ମିଳିତ କମ୍ବିଂ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା। ବେଶ କିଛି ସମୟ ଧରି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା। ଏନକାଉଣ୍ଟରସ୍ଥଳରୁ ସର୍ଚ୍ଚ ଅପରେସନ ବେଳେ ଏକେ-୪୭ ଓ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଏନେଇ ବସ୍ତର ଆଇଜି ସୂଚନା ଦେଇଛନ୍ତି।

Related posts

ଅଦ୍ୱୈତ ପ୍ରସାଦ ସିଂହ ସ୍ମୃତି ପରିଷଦ ଏବଂ ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ ରକ୍ତଦାନ ଶିବିର

mahabharatanews

ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ବାଟାଲିୟନ୍

mahabharatanews

୨ଦିନ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା 

mahabharatanews