ଓଡିଶା

ପୁଣି ୭୫ ମିଟର ସୁରକ୍ଷା ଜୋନ ଉଚ୍ଛେଦ ଆରମ୍ଭ

(ଜୟନ୍ତ କୁମାର ସେଠୀ/ମହାଭାରତ)ଗୋପ: ପୁଣି ଶ୍ରୀମନ୍ଦିରର ୭୫ ମିଟର ସୁରକ୍ଷା ଜୋନ ଉଚ୍ଛେଦ କାର୍ୟ୍ୟ ଆରମ୍ଭ ହୋଇଛି। ଆଜି ଦୋଳ ବେଦୀ କୋଣ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉଛେଦ କରାଯାଉଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଅନେକ ଲୋକ ନିର୍ଭର କରୁଥିଲେ। ତେବେ ସୁରକ୍ଷା ଜୋନରେ ଥିବାରୁ ଏହାକୁ ଉଛେଦ କରାଯାଉଛି। ତେବେ ଉଛେଦ ନେଇ ସୁରକ୍ଷା ବ୍ୟବସ୍ଥା ପୋଲିସ ପକ୍ଷରୁ କରାଯାଇଛି। ଅନ୍ୟପଟେ ୭୫ ମିଟର ଅଧିଗ୍ରହଣ ର ସ୍ୱତନ୍ତ୍ର ପ୍ୟାକେଜ ଅବଧି ଡିସେମ୍ବର ୯ ତାରିଖ ଯାଏଁ ବଢା ଯାଇଛି। ଅନେକ ଲୋକ ସ୍ୱତନ୍ତ୍ର ପ୍ୟାକେଜ ନେବାକୁ ଆଗ୍ରହୀ ଥିବାରୁ ଡିସେମ୍ବର୨ ତାରିଖ ସମୟ ସୀମା କୁ ୯ ତାରିଖ ଯାଏଁ ବଢା ଯାଇଛି। ତେବେ ଶ୍ରୀମନ୍ଦିର ସୁରକ୍ଷା ଜୋନ ୭୫ ମିଟର ର ୭୫ ପ୍ରତିଶତ ଜମି ଅଧିଗ୍ରହଣ ସରିଛି। ଆସନ୍ତା ୯ ତାରିଖ ଭିତରେ ଏହା ସମ୍ପୂର୍ଣ୍ଣ ହେବ ବୋଲି ପ୍ରଶାସନ ଆଶା ରଖିଛି। ତେବେ ଅଧିଗ୍ରହଣ ହୋଇ ସାରିଥିବା ପ୍ଲ ଟ ଗୁଡିକୁ ଖୁବ ଦିନେ ଦୁଇ ଭିତରେ ପ୍ରଶାସନ ନିଜ କବଜା କୁ ଆଣିବ ବୋଲି ପୁରୀ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Related posts

୨୪ ପର୍ଯ୍ୟନ୍ତ ପ୍ରବଳ ବର୍ଷା ,ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

mahabharatanews

ପଞ୍ଚମଦିନରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

mahabharatanews

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ଼

mahabharatanews