ଦେଶ ବିଦେଶରାଜନୀତି

ଲୋକସଭାରୁ କଂଗ୍ରେସର ୮ ଜଣ ସାଂସଦ ନିଲମ୍ବିତ

ଲୋକସଭାରୁ କଂଗ୍ରେସର ୮ ଜଣ ସାଂସଦ ନିଲମ୍ବିତ । ଲୋକସଭାରେ ହଟ୍ଟଗୋଳ ଏବଂ ଅଶୋଭନୀୟ ଆଚରଣ ପାଇଁ କଂଗ୍ରେସର ୮ ଜଣ ସାଂସଦଙ୍କୁ ବଜେଟ୍ ଅଧିବେଶନର ବାକି ଦିନଗୁଡ଼ିକ ପାଇଁ ନିଲମ୍ବିତ କରାଯାଇଛି । ଲୋକସଭା କାର୍ଯ୍ୟକାଳ ମଧ୍ୟରେ ଏକ ବଡ଼ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। କିଛି ବିରୋଧୀ ଏମ୍‌ପି ଦୁଇଥର ବାଚସ୍ପତିଙ୍କ ଚୌକି ଆଡ଼କୁ କାଗଜ ଫିଙ୍ଗିଥିଲେ। ହଟ୍ଟଗୋଳ ଏବଂ ବାଚସ୍ପତିଙ୍କ ନିର୍ଦ୍ଦେଶ ଅବମାନନା କରିବା ଅଭିଯୋଗରେ ହିବି ଏଡେନ, ଅମରିନ୍ଦର ସିଂହ ରାଜା ୱାରିଙ୍ଗ, ମଣିକମ ଟାଗୋର, ଗୁରଜିତ ସିଂହ, କିରଣ କୁମାର ରେଡ୍ଡୀ ନିଲମ୍ବିତ ହୋଇଛନ୍ତି । ଏହାସହ ଏସ୍ ଭେଙ୍କଟେସନ, ପ୍ରଶାନ୍ତ ପାଡୋଲ ଓ ଡିନ କୁରିଆକୋସ ମଧ୍ୟ ନିଲମ୍ବିତ ହୋଇଛନ୍ତି । ରୁଲ୍‌ ନମ୍ବର ୩୭୪୨ ଅନୁଯାୟୀ ଏହି ଏମ୍‌ପିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହଟ୍ଟଗୋଳ ଯୋଗୁ ଲୋକସଭା କାର୍ଯ୍ୟ ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ଏହା ପରେ ବିରୋଧୀ ଏମ୍‌ପିମାନେ ଗୃହରୁ ବାହାରକୁ ଚାଲିଆସି ସଂସଦ ପରିସରରେ ପ୍ରତିବାଦ କରିଥିଲେ। ବିରୋଧୀ ଏମ୍‌ପିମାନଙ୍କ ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରୱାଣେଙ୍କ ଏକ ଅପ୍ରକାଶିତ ବହିକୁ ନେଇ ସୃଷ୍ଟି ହୋଇଥିବା ବିବାଦ କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ବିରୋଧ କରିଥିଲେ । ବାଚସ୍ପତି ଓମ୍ ବିର୍ଲା ଏହି ବିଷୟରେ ଆଲୋଚନା ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କଂଗ୍ରେସ ସାଂସଦମାନେ ହଟ୍ଟଗୋଳ ଜାରି ରଖିଥିଲେ ।

Related posts

ପ୍ୟାରୀଙ୍କ ସ୍ଥାନ ନେଇଛନ୍ତି ପାଣ୍ଡିଆନ

mahabharatanews

ମହାନଦୀ ପାଣିକୁ ନେଇ ରାଜନୀତି

mahabharatanews

ରାମ ମନ୍ଦିର ଭୂମି ପୂଜା ଉତ୍ସବରେ ଯୋଗ ଦେବେନି ଉମା ଭାରତୀ

mahabharatanews