(ଭୁବନେଶ୍ୱର) : ନନ୍ଦନକାନନ ଚିଡ଼ିଆଖାନାରୁ ସମ୍ବଲପୁର ଚିଡ଼ିଆଖାନାକୁ ଆସିଛନ୍ତି ୮ଟି କୃଷ୍ଣସାର ମୃଗ। ଏଥିରେ ୪ଟି ପୁରୁଷ ଓ ୪ଟି ମହିଳା କୃ୍ଷ୍ଣସାର ମୃଗ ରହିଛନ୍ତି। ଏହି ବିରଳ ପ୍ରଜାତିର କୃଷ୍ଣସାର ଭାରତର ବହୁତ କମ୍ ଦେଖାଯାଆନ୍ତି। ଏହା ବଦଳେ ସମ୍ବଲପୁର ଚିଡ଼ିଆଖାନାରୁ ନନ୍ଦନକାନ ଚିଡ଼ିଆଖାନାକୁ ୭ଟି ଚୌଶିଙ୍ଘା ପଠାଯିବ ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍ଓ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ , ଓଡ଼ିଶାରେ କେବଳ ଗଂଜାମ ଜିଲ୍ଲାର କେତେକ ଜଂଗଲରେ ଦେଖିବାକୁ ମିଳନ୍ତି । ଏହି କୃଷ୍ଣସାର ପ୍ରତି ବଦଳରେ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟର ମଂଜୁରି କ୍ରମେ ଏହି ବନ୍ୟପ୍ରାଣୀ ବିନିମୟ ସମ୍ଭବ ହୋଇଛି। ଏହି ସୁନ୍ଦର, ଚତୁର ତଥା ରାଜକୀୟ ଠାଣି ଭରା କୃଷ୍ଣସାର ମୃଗ ସମ୍ବଲପୁର ପହଂଚିବା ପରେ ଗୋଟିଏ ମାସ ପାଇଁ ସଂଘରୋଧରେ ରଖାଯାଇଛି। ଗୋଟିଏ ମାସର ସଂଘରୋଧର ଅବଧି ପୂରିବା ପରେ ଅର୍ଥାତ ଆସନ୍ତ ଜାନୁଆରି ମାସରୁ ଚିଡ଼ିଆଖାନାକୁ ଆସୁଥିବା ଲୋକେ ଦେଖିପାରିବେ।
