ଭାରତ

ତୃତୀୟ ଦିନରେ ଶୀତକାଳୀନ ଅଧିବେଶନ

(ଦିଲ୍ଲୀ) : ସଂସଦର ଶୀତକାଳୀନ ଅଧିବେଶନର ଆଜି ତୃତୀୟ ଦିନ । ଦେଶର ସାମ୍ପ୍ରତିକ ଅର୍ଥ ନୈତିକ ପରିସ୍ଥିତି ଉପରେ ଆଲୋଚନା, ଯାହା ଅଧିବେଶନର ଦ୍ୱିତୀୟ ଦିନରେ ଅର୍ଥାତ୍ ମଙ୍ଗଳବାର ଦିନ ରାଜ୍ୟସଭାରେ ଆଲୋଚନା ହୋଇଥିଲା, ତାହା ଆଜି ମଧ୍ୟ ଜାରି ରହିବ ।

ସୂଚନାନୁସାରେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ଅନୁଦାନ ପାଇଁ ସପ୍ଲିମେଣ୍ଟାରୀ ଡିମାଣ୍ଡ ଦର୍ଶାଇ ଏକ ବିବୃତ୍ତି ଉପସ୍ଥାପନ କରିପାରନ୍ତି । SC-ST କଲ୍ୟାଣ ଉପରେ ଆଲୋଚନା କରାଯାଇପାରେ ଏହା ବ୍ୟତୀତ ବିଜେପି ସାଂସଦ ସୁମେର ସୋଲାଙ୍କି ଏବଂ ବିଜୁ ଜନତା ଦଳର ସାଂସଦ ନିରଂଜନ ବିଶି ୨୪ ଅଗଷ୍ଟରୁ ୨୯ ଅଗଷ୍ଟ ମଧ୍ୟରେ ହାଭେଲକ୍ ଦ୍ୱୀପ, ପୋର୍ଟ ବ୍ଲେୟାର, ମହବଳିପୁରମ ଏବଂ ମୁମ୍ବାଇରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର କଲ୍ୟାଣ କମିଟିର ଅଧ୍ୟୟନ ରିପୋର୍ଟ ଉପରେ ଆଲୋଚନା ଆରମ୍ଭ କରିବାର ସମ୍ଭାବନା ରହିଛି । ଏହା ସହିତ ରାଜ୍ୟସଭା ମଧ୍ୟ AAP ସାଂସଦ ରାଘବ ଚଢ଼ାଙ୍କ ନିଲମ୍ବନକୁ ହଟାଇବାକୁ ନିଷ୍ପତ୍ତି ନେଇଥିଲା ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୨୨ପର୍ଯ୍ୟନ୍ତ ଚାଲିବ।

Related posts

ମହାଦେବ ଆପ୍ ମାମଲା : ଦୁବାଇରେ ଅଭିଯୁକ୍ତ ଅଟକ

mahabharatanews

ଋଷ ଗସ୍ତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ

mahabharatanews

ମମତାଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କୁ ସିବିଆଇର ସମନ

mahabharatanews