Uncategorized

ଦେଶରେ ଆଉ ୯୯୮୭ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯୯୮୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୬୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସଂଖ୍ୟାକୁ ମିଶାଇଲେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୬ ହଜାର ୫୯୮ ଓ ମୃତ୍ୟୁ ସଂଖ୍ୟା ୭୪୬୬କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୨୯ ହଜାର ୯୧୭ ଜଣ ଚିକିତ୍ସାଧୀନ ଥିବାବେଳେ ୧ ଲକ୍ଷ ୨୯ ହଜାର ୨୧୫ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ବର୍ତ୍ତାମାନ ମଧ୍ୟ ମହାରାଷ୍ଟ୍ର କରୋନ।। ସଂକ୍ରମଣରେ ଆଗରେ ରହିଛି । ମହାରାଷ୍ଟ୍ରରେ ମୋଟ ୮୮,୫୨୯ ଜଣ ସଂକ୍ରମିତ ହୋଇଥିବା ବେଳେ ୩୧୬୯ ଜଣଙ୍କ ମୃତ୍ୟୁ ହୋଇଛି । ଏହା ପରେ ତାମିଲନାଡୁରେ ଯଥାକ୍ରମେ ୩୩,୨୨୯ ଓ ୨୮୯, ଦିଲ୍ଲୀରେ ୨୯,୯୪୩ ଓ ୮୭୪, ଗୁଜୁରାଟରେ ୨୦୫୭୪ ଓ ୧୨୮୦, ଉତ୍ତର ପ୍ରଦେଶରେ ୧୦,୯୪୭ଓ ୨୮୩ ରହିଛି । ସେହିପରି ରାଜସ୍ଥାନରେ ୧୦୮୭୬ ଓ ୨୪୬, ମଧ୍ୟପ୍ରଦେଶରେ ୯୬୩୮ ଓ ୪୧୪, ପଶ୍ଚିମବଙ୍ଗ ୮୬୧୩ ଓ ୪୦୫, କର୍ଣ୍ଣାଟକ ୫୭୬୦ ଓ ୬୪, ବିହାର ୫୨୪୭ ଓ ୩୧, ହରିୟାଣା ୪୮୫୪ ଓ ୩୯, ଆନ୍ଧ୍ରପ୍ରଦେଶ ୪୮୧୩ ଓ ୭୫, ଜାମ୍ମୁ–କାଶ୍ମୀର ୪୨୮୫ ଓ ୪୫, ତେଲେଙ୍ଗାନା ୩୭୪୨ ଓ ୧୪୨, ଓଡ଼ିଶା ୩୧୪୦ ଓ ୧୧, ୮୩୬ ଓ ୪, ପଞ୍ଜାବ ୨୬୬୩ ଓ ୫୩ ରହିଛି ।

Related posts

ଜନଶୁଣାଣିରେ ପ୍ରଶାସନ ଜନତା ମୁହାଁମୁହିଁ

mahabharatanews

ହୋଟେଲ ରୁମରୁ ତାମିଲ ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର

mahabharatanews

ସିଏଏ ବିରୋଧରେ ଷ୍ଟାଲିନଙ୍କ ଦସ୍ତଖତ ଅଭିଯାନ

mahabharatanews