ଓଡିଶା

ହାତ ମିଳାଇଲେ କେନ୍ଦ୍ର ଓ ରାଜ୍ୟ ସରକାର

(ହରପ୍ରସାଦ ବିଶୋଇ/ମହାଭାରତ)ଭୁବନେଶ୍ବର: ଶେଷରେ ହାତ ମିଳାଇଲେ କେନ୍ଦ୍ର ଓ ରାଜ୍ୟ ସରକାର । ଯେଉଁ ପ୍ରସଙ୍ଗକୁ ନେଇ ସାଧାରଣ ନିର୍ବାଚନ ପୂର୍ବରୁ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା, ଏବେ ତାହାର ଅବସାନ ଘଟିଛି । ପ୍ରଧାନମନ୍ତ୍ରୀ କିଷାନ୍ ଓ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ମିଶିଯାଇଛି । ଆସନ୍ତା ଆର୍ଥିକ ବର୍ଷରୁ ଏହା ଲାଗୁ ହେବ । ଏନେଇ ଆଜି କୃଷିମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖି କହିଛନ୍ତି, ଦୁଇ ଯୋଜନା ମିଶିଲେ ବି ଚାଲୁ ରହିବ କାଳିଆ ଯୋଜନା । କିଷାନ ଓ କାଳିଆ ଯୋଜନା ମିଶ୍ରଣକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିସାରିଛି । ଏ ନେଇ ନିୟମାବଳୀ ବି ପ୍ରସ୍ତୁତ ହୋଇସାରିଛି ।

ଆସନ୍ତା ଆର୍ଥିକ ବର୍ଷରୁ ଦୁଇଟି ପୃଥକ୍ ପୃଥକ୍ ନୁହେଁ, ବରଂ ଗୋଟିଏ ଯୋଜନା ଭାବେ ଏହା ଓଡ଼ିଶାରେ କାର୍ୟ୍ୟ କରିବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଇତିମଧ୍ୟରେ କ୍ୟାବିନେଟ୍ ଅନୁମୋଦନ ଲାଭ କରିଥିବା ଜଣାପଡିଛି ।
ଅର୍ଥାତ୍ ଓଡ଼ିଶାର ଚାଷୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ମିଶି ୧୬ ହଜାର ଟଙ୍କା ନୁହେଁ, ବରଂ ୧୦ ହଜାର ଟଙ୍କା ପାଇବେ। ପୂର୍ବରୁ କାଳିଆ ଯୋଜନାରେ ୧୦ ହଜାର ଟଙ୍କା ଓ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାରେ ୬ ହଜାର ଟଙ୍କା ଏମିତି ୧୬ ହଜାର ଟଙ୍କା ଚାଷୀ ପାଇବା ଲାଗି ସୁଯୋଗ ସୃଷ୍ଟି ହୋଇଥିଲା। ଏବେ କିନ୍ତୁ ନୂଆ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ୬ହଜାର ଟଙ୍କା ଓ ରାଜ୍ୟ ସରକାରଙ୍କ ୪ ହଜାର ଟଙ୍କା, ଏମିତି ୧୦ହଜାର ଟଙ୍କା ପାଇବେ। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ରାଜ୍ୟ ରାଜକୋଷ ଉପରେ ଚାପ କମିଛି, ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସଂପର୍କରେ ସୁଧାର ଆସିଛି ବୋଲି ସ୍ପଷ୍ଟ ହୋଇଯାଇଛି।

Related posts

ଅମୃତ ଦାଶ ମୃତ୍ୟୁ ଘଟଣାର ତଦନ୍ତରେ ତତ୍ପରତା ଆଣିବାକୁ ଦାବି କରିଛନ୍ତି ତାଙ୍କ ମା ଓ ଭାଇ

mahabharatanews

ଖୋଲିବ ଲିଙ୍ଗରାଜ ମନ୍ଦିର

mahabharatanews

୩୪ଟି ପୋଲିସ ଜିଲ୍ଲାରେ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା ହେବ

mahabharatanews