ଓଡିଶା

ହାତ ମିଳାଇଲେ କେନ୍ଦ୍ର ଓ ରାଜ୍ୟ ସରକାର

(ହରପ୍ରସାଦ ବିଶୋଇ/ମହାଭାରତ)ଭୁବନେଶ୍ବର: ଶେଷରେ ହାତ ମିଳାଇଲେ କେନ୍ଦ୍ର ଓ ରାଜ୍ୟ ସରକାର । ଯେଉଁ ପ୍ରସଙ୍ଗକୁ ନେଇ ସାଧାରଣ ନିର୍ବାଚନ ପୂର୍ବରୁ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା, ଏବେ ତାହାର ଅବସାନ ଘଟିଛି । ପ୍ରଧାନମନ୍ତ୍ରୀ କିଷାନ୍ ଓ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ମିଶିଯାଇଛି । ଆସନ୍ତା ଆର୍ଥିକ ବର୍ଷରୁ ଏହା ଲାଗୁ ହେବ । ଏନେଇ ଆଜି କୃଷିମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖି କହିଛନ୍ତି, ଦୁଇ ଯୋଜନା ମିଶିଲେ ବି ଚାଲୁ ରହିବ କାଳିଆ ଯୋଜନା । କିଷାନ ଓ କାଳିଆ ଯୋଜନା ମିଶ୍ରଣକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିସାରିଛି । ଏ ନେଇ ନିୟମାବଳୀ ବି ପ୍ରସ୍ତୁତ ହୋଇସାରିଛି ।

ଆସନ୍ତା ଆର୍ଥିକ ବର୍ଷରୁ ଦୁଇଟି ପୃଥକ୍ ପୃଥକ୍ ନୁହେଁ, ବରଂ ଗୋଟିଏ ଯୋଜନା ଭାବେ ଏହା ଓଡ଼ିଶାରେ କାର୍ୟ୍ୟ କରିବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଇତିମଧ୍ୟରେ କ୍ୟାବିନେଟ୍ ଅନୁମୋଦନ ଲାଭ କରିଥିବା ଜଣାପଡିଛି ।
ଅର୍ଥାତ୍ ଓଡ଼ିଶାର ଚାଷୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ମିଶି ୧୬ ହଜାର ଟଙ୍କା ନୁହେଁ, ବରଂ ୧୦ ହଜାର ଟଙ୍କା ପାଇବେ। ପୂର୍ବରୁ କାଳିଆ ଯୋଜନାରେ ୧୦ ହଜାର ଟଙ୍କା ଓ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାରେ ୬ ହଜାର ଟଙ୍କା ଏମିତି ୧୬ ହଜାର ଟଙ୍କା ଚାଷୀ ପାଇବା ଲାଗି ସୁଯୋଗ ସୃଷ୍ଟି ହୋଇଥିଲା। ଏବେ କିନ୍ତୁ ନୂଆ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ୬ହଜାର ଟଙ୍କା ଓ ରାଜ୍ୟ ସରକାରଙ୍କ ୪ ହଜାର ଟଙ୍କା, ଏମିତି ୧୦ହଜାର ଟଙ୍କା ପାଇବେ। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ରାଜ୍ୟ ରାଜକୋଷ ଉପରେ ଚାପ କମିଛି, ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସଂପର୍କରେ ସୁଧାର ଆସିଛି ବୋଲି ସ୍ପଷ୍ଟ ହୋଇଯାଇଛି।

Related posts

ଶପଥ ଗ୍ରହଣ ପରେ ପୁରୀରେ ୨୬ତମ ରାଜ୍ୟପାଳ

mahabharatanews

୨୧ରେ ଉପବାଚସ୍ପତି ନିର୍ବାଚନ

mahabharatanews

କାର୍ ଧକ୍କାରେ ଚାଲିଗଲା ଯବାନଙ୍କ ଜୀବନ, ଅଭିଯୁକ୍ତ କାର ଡ୍ରାଇଭରକୁ ଗିରଫ କଲା ପୋଲିସ

mahabharatanews