ଓଡିଶା

ଡଃ ଆମ୍ବେଦକରଙ୍କ ପରିନିର୍ବାଣ ଦିବସ ପାଳିତ

(ସତ୍ୟ ନାରାୟଣ ପାଲ/ମହାଭାରତ )ରାଇରଙ୍ଗପୁର: ଅଖିଳ ଭାରତୀୟ ଅନୁସୂଚିତ ଜାତି,ଜନଜାତି,ପଛୁଆବର୍ଗ ଓ ସଂଖ୍ୟାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ ସେୱସ୍ତମ୍ଭ ମୟୂରଭଞ୍ଜ ଜିଲ୍ଲା ଶାଖା ରାଇରଙ୍ଗପୁର ତରଫରୁ ଡଃ.ଆମ୍ବେଦକରଙ୍କର ପରିନିର୍ବାଣ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାସଭାପତି ଜଗତ ମାଝୀଙ୍କ ସଭାପତିତ୍ୱ ଓ ଉପଦେଷ୍ଟା ମୋଚିରାମ ମାଝୀଙ୍କ ମାର୍ଗ ଦର୍ଶନରେ ଆୟୋଜିତ ଏହି ସଭାରେ ରାଷ୍ଟ୍ରୀୟ ସଂପାଦକ ସେୱାସ୍ତମ୍ଭ ବିଜୟ କୁମାର ରାମ ମୁଖ୍ୟ ଅତିଥି ଓ ଅଧ୍ୟାପକ ଜନକ କୁମାର ଗିରି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଆମ୍ବେଦକରଙ୍କ ଫୋଟୋରେ ଧୂପ ଦୀପ ଓ ମାଲ୍ୟର୍ପଣ କରିବା ସହ ଅତିଥିମାନେ ସମ୍ବିଧାନ ପ୍ରଣେତା ଡଃ ଆମ୍ବେଦକରଙ୍କ ରାଷ୍ଟ୍ରନିର୍ମାତା ଉପରେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭୁତି ପାତ୍ର,ସିଡେ ସୋରେନ ପ୍ରଭୁତି ଉପସ୍ଥିତ ଥିଲେ ।

Related posts

ବିଜୁ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ ମହନାପଲ୍ଲୀ

mahabharatanews

ପୁରୀ ରେଳ ଷ୍ଟେସନ୍‌ରେ ଆଜି ପୁରୀ-ଗୁଣୁପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ଲାଇନ୍‌ଚ୍ୟୁତ

mahabharatanews

ଅଟୋ ଦୁର୍ଘଟଣାଗ୍ରସ୍ତ, ୧ ମୃତ

mahabharatanews