ଓଡିଶା

ଆଖି ବୁଜିଲା ହଳଦିଆ ଆନାକୋଣ୍ଡା

(ଭୁବନେଶ୍ୱର) : ଆଖି ବୁଜିଲା ହଳଦିଆ ଆନାକୋଣ୍ଡା ।  ଯାହା ପର୍ଯ୍ୟଟଙ୍କ ମନ ଦୁଃଖ କରିଦେବା ଭଳି ଖବର । ନନ୍ଦନକାନନ ସରୀସୃପ ଉଦ୍ୟାନର ୪୬ ନମ୍ବର ଖୁଆଡ଼ରେ ଏକ ଅଣ୍ଡିରା ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ଏହି ସାପର ବୟସ ୧ ବର୍ଷ ୪ ମାସ ହୋଇଥିଲା ବୋଲି ସୂଚନା ମିଳିଛି।

ଆଜି ସକାଳୁ ସାପଟି କିଛି ଖିଆପିଆ କରିନଥିଲା ଏବଂ ଗୋଟିଏ ଜାଗାରେ ନିଶ୍ଚଳ ହୋଇ ପଡ଼ିରହିଥିଲା। ଅସୁସ୍ଥ ଖବର ପାଇ ଚିକିତ୍ସକମାନେ ସ୍ୱାସ୍ଥ୍ୟ ପରୀକ୍ଷା କଲାବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା। ତେବେ ମୃତ୍ୟୁର କାରଣ ସ୍ୱଷ୍ଟ କରିବାକୁ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଅନ୍ତଃନଳୀରେ ଖାଦ୍ୟ ଜମାଟ ବାନ୍ଧି ରହିବା ଓ ସଂକ୍ରମିତ ହେବା କାରଣରୁ ତା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Related posts

ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ପକ୍ଷରୁ ; ଓଡ଼ିଶାରେ ଖେଳାଯିବ କଷ୍ଟୋମାଇଜ୍ କଲର ବଲ ଟେନିସ ଟୁର୍ଣ୍ଣାମେଣ୍ଟ

mahabharatanews

ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ମାଲକାନଗିରି ଜିଲ୍ଲା କଂଗ୍ରେସର ବିକ୍ଷୋଭ

mahabharatanews

ପୁଣି ଫେରିଲେ ହାତୀପଲ : ଦଳି ଦେଲେ ଧାନ ଫସଲ

mahabharatanews