ଓଡିଶା

ନ୍ୟୁଜିଲ୍ୟାଣ୍ଡରେ ଆଗ୍ନେଗିରି ଉଦ୍ଗୀରଣ

ୱଲିଂଟନ୍: ନ୍ୟୁଜିଲାଣ୍ଡରେ ଆଗ୍ନେୟଗିରି ଉଦ୍ଗୀରଣ ଘଟି ଅନ୍ୟୂନ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏକାଧିକ ଲୋକ ଅ ।ହତ ହୋଇଛନ୍ତି ଏବଂ ଅନ୍ୟ କେତେକ ନିଖୋଜ ଅଛନ୍ତି । ଆହତମାନଙ୍କୁ ସେଠାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ନ୍ୟୁଜିଲାଣ୍ଡ୍ରର ଉତ୍ତର ଦ୍ୱୀପର ପୂର୍ବ ଉପକୂଳ ସାଗର ମଧ୍ୟରେ ଅପରାହ୍ଣ ୨: ୧୧ରେ ହୋଇଥିବା ଏହି ଉଦ୍ଗୀରଣ ଯୋଗୁଁ ହଜାର ହଜାର ଫୁଟ୍ ପର୍ଯ୍ୟନ୍ତ ବାୟୁମଣ୍ଡଳ ପାଉଁଶରେ ଭରି ଯାଇଥିଲା । ଉଦ୍ଗୀରଣ ହେବାରୁ ହ୍ାଇଟ୍ ଆଇଲାଣ୍ଡ୍ରରୁ ୨୩ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ସେମାନେ “ଓଭାସନ୍ ଅଫ୍ ଦି ସିଜ୍’ କ୍ରୁଜ୍ ଜାହାଜର ପର୍ଯ୍ୟଟକ ବୋଲି ପୁଲିସ କହିଛି ।
ପ୍ରାୟ ଶହେ ଲୋକ ସେଠାରେ ଥିଲେ ବୋଲି ପୂର୍ବରୁ ଖବର ମିଳିଥିଲା । ଉତ୍ତର ଦ୍ୱୀପ ଉପକୂଳରୁ ହ୍ାଇଟ୍ ଅ ।ଇଲାଣ୍ଡ୍ ପ୍ରାୟ ୫୦ କିଲୋମିଟର ଦୂର । ଆଗ୍ନେୟଗିରି ଉଦ୍ଗୀରଣ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ପାଉଁଶ ୧୨, ୦୦ ଫୁଟ୍ ଉଚ୍ଚକୁ ଉଠିଥିଲା ।

Related posts

ଭୁବନେଶ୍ୱରରୁ ଆଉ ୧୪ କରୋନା ପଜିଟିଭ ଚିହ୍ନଟ

mahabharatanews

ଆଉ ୧୨ ଜଣଙ୍କ ମୁଣ୍ଡ ନେଲା କରୋନା, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି

mahabharatanews

ଆଜି ଠାରୁ ଏସିବିରେ ଆରମ୍ଭ ହେଲା ଇକମୋ ଚିକିତ୍ସା

mahabharatanews