ଓଡିଶା

୭.୬୩ ଲକ୍ଷ ଟଙ୍କାର ଜୋରିମାନା ଆଦାୟ

ଗୋଟିଏ ଦିନରେ ୭.୬୩ ଲକ୍ଷ ଟଙ୍କାର ଜୋରିମାନା ଆଦାୟ । ତାହା ପୁଣି ମାତ୍ର ୭ଟି ଜିଲ୍ଲାରୁ । ନଭେମ୍ବର ୨୭ ତାରିଖରେ, କେନ୍ଦ୍ରୀୟ ରେଞ୍ଜ ପୋଲିସ, ୭ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାନବାହନ ଗୁଡିକୁ ଜାଞ୍ଚ କରିଥିଲା । ମୋଟ ୧,୭୧୩ଟି ଯାନବାହନ ଯାଞ୍ଚ କରିଥିବା ବେଳେ, ସେମାନଙ୍କ ପାଖରୁ ୭,୬୩,୫୦୦ ଟଙ୍କା ଜରିମାନା ଆଦାୟ କରିଛି । ପୁରୀରୁ ୧ଲକ୍ଷ ୮ହଜାର ଆଦାୟ । କଟକରୁ ସର୍ବନିମ୍ନ ୧୨ ହଜାର ୫ଶହ । କେନ୍ଦ୍ରପଡାରୁ ୧୬ ହଜାର । ଖୋର୍ଦ୍ଦାରୁ ସର୍ବାଧିକ ୫ଲକ୍ଷ ୩୭ହଜାର ୫ଶହ । ନୟାଗଡରୁ ୫୩ହଜାର ୫ଶହ । ଯାଜପୁରରୁ ୨୧ହଜାର । ଏବଂ ଜଗତସିଂହପୁରରୁ ୧୫ହଜାର ଜୋରିମାନା ଆଦାୟ ହୋଇଛି ।

Related posts

ଏସଆଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

mahabharatanews

ଓଷ୍ଟା ପକ୍ଷରୁ ଶିଶୁ ମହୋତ୍ସବ ଅନୁଷ୍ଠିତ

mahabharatanews

୫ ଜଣ କରୋନା ପଜିଟିଭ ଚିହ୍ନଟ: ଗ୍ରାମ ଅନିର୍ଦ୍ଧିଷ୍ଟ କାଳ ପାଇଁ ସଟଡାଉନ

mahabharatanews