ଓଡିଶା

୨୮ ଦିନର ଚିକିତ୍ସା ପରେ ଘରକୁ ଫେରିଲେ ଲତା

(ମହାଭାରତ/ମୁମ୍ବାଇ): ସଂଗୀତ ସାମ୍ରାଜ୍ଞୀ ଲତା ମଙ୍ଗେସକର ହସ୍ପିଟାଲରେ ୨୮ ଦିନ ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି । ଘରକୁ ଫେରିଥିବା ନେଇ ଲତା ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ଲତା ଏକାଧରକେ ଏକାଧିକ ଟୁଇଟ କରିଛନ୍ତି ।

ପ୍ରଥମ ଟୁଇଟରେ ସେ ଲେଖିଛନ୍ତି, ନମସ୍କାର… ଗତ ୨୮ ଦିନ ଧରି ବ୍ରୀଚ କେଣ୍ଡି ହସ୍ପିଟାଲରେ ଭର୍ତ୍ତି ଥିଲି । ମୋତେ ନ୍ୟୁମୋନିଆ ହୋଇଥିଲା । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଘରକୁ ଫେରେ ଏହା ଡାକ୍ତରଙ୍କ ଇଛା ଥିଲା । ଆଜି ଘରକୁ ଫେରିଛି । ଇଶ୍ୱର, ମାଆ ଓ ବାପାଙ୍କ ଆଶୀର୍ବାଦ ଏବଂ ଆପଣଙ୍କ ଭଲ ପାଇବା ଓ ପ୍ରାର୍ଥନା ପାଇଁ ଆଜି ମୁଁ ଭଲ ଅଛି । ଆପଣ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ।
ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର ୧୧ ତାରିଖ ବିଳମ୍ବିତ ରାତି ୨ଟା ବେଳେ ଲତା ସ୍ୱାସକ୍ରିୟାରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ସଙ୍ଗେ ସଙ୍ଗେ ତାଙ୍କୁ ମୁମ୍ବାଇସ୍ଥିତ ବ୍ରିଚ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଲତାଙ୍କୁ ୨୮ ଦିନ ଧରି ଚିକିତ୍ସା କରାଯାଉଥିଲା । ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପ୍ଟେମ୍ବର ୨୮ରେ ହିଁ ଲତା ନିଜ ୯୦ତମ ଜନ୍ମଦିନ ପାଳନ କରିଥିଲେ । ଯଦି ତାଙ୍କ ସଙ୍ଗୀତ ଜୀବନ ଉପରେ ଜାଣିବା ତେବେ, ଲତା ମଙ୍ଗେସକର ହଜାରରୁ ଅଧିକ ହିନ୍ଦୀ ଗୀତରେ କଣ୍ଠଦାନ କରିଛନ୍ତି । ୨୦୦୧ ମସିହାରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହୋଇଥିଲେ । ଲତା ସୁସ୍ଥ ହୋଇ ଘରକୁ ଫେରିବା ଖବର ପାଇବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି ।

Related posts

ରେଳ ଷ୍ଟେସନରେ ହାତୀ ଆତଙ୍କ

mahabharatanews

ଅପରାଜିତା ଉନ୍ମୋଚନ କଲେ ବାର୍ଷିକ ରିପୋର୍ଟ କାର୍ଡ

mahabharatanews

ଦୁଃଖ କଷ୍ଟକୁ ପଛରେ ପକାଇ ଆଠଗଡ ପାଳନ କରାଯାଇଛି ଶ୍ରମିକ ଦିବସ

mahabharatanews