ଓଡିଶା

ଆଜି କୁମାର ପୂର୍ଣ୍ଣିମା; ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

(ପୁରୀ)  : ଆଜି କୁମାର ପୂର୍ଣ୍ଣମୀ । କୁମାର ପୂର୍ଣ୍ଣିମାରେ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେବ । ଗ୍ରହଣକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି । କୁମାର ପୂର୍ଣ୍ଣମୀରେ ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରିଥାନ୍ତି । ଗ୍ରହଣ ସ୍ପର୍ଶ ସମୟରୁ ହିଁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ନାନ, ଗ୍ରହଣ ଖଇକୋରା ଭୋଗ ନୀତି ସମ୍ପନ୍ନ ହେବ ।  କୁମାରପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ଶେଷ ହେବାପରେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଘରେ ବିଜେ କରାଯିବ । ଏହାପରେ ଆଜ୍ଞାମାଳ ପାଇ ଶ୍ରୀସୁଦର୍ଶନ ବିଜେ ହୋଇ ଚଉଦୋଳରେ ଶ୍ରୀକ୍ଷେତ୍ରରେ ଥିବା ଚାରି ଆଶ୍ରମକୁ ବିଜେ କରିବା ପରେ ସେଠାରେ ପନ୍ତିଭୋଗ ଓ ବନ୍ଦାପନା ନୀତି କରାଯିବ । ବଡସିଂହାର ଭୋଗ ସରିଲେ ରତ୍ନସିଂହାସନ ତଳେ ଓ ଉପରେ ଶକଟା, ପଶା ଓ କଉଡି ଖେଳ ହେବ ।

ସୂଚନାନୁଯାୟୀ , ଆଜି ରାତି ୧ଟା ୪ମିନିଟ୍ ୫୫ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରି ରାତି ୨ଟା ୨୪ ମିନିଟ୍ ୨  ସେକେଣ୍ଡରେ ଗ୍ରହଣ ଛାଡ଼ିବ । ୧ଘଣ୍ଟା ୧୯ ମିନିଟ୍ ୭ ସେକେଣ୍ଡ ପର୍ଯ୍ୟନ୍ତ ଗ୍ରହଣ ଲାଗିବ । ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ ପାକତ୍ୟାଗ ରହିଛି ।

Related posts

ଚୁକ୍ତିଭିତ୍ତିକ ଅଧ୍ୟାପକଙ୍କ ଭିତରେ ସରକାରଙ୍କ ଅବହେଳାରୁ ଦାନା ବାନ୍ଧୁଛି ଅସନ୍ତୋଷ

mahabharatanews

କାଳବୈଶାଖୀ ଜନିତ ବର୍ଷା; ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 

mahabharatanews

ସୁବର୍ଣ୍ଣ ଲୋକ ମହୋତ୍ସବ ଉଦଘାଟିତ

mahabharatanews