ଵାଣିଜ୍ୟ

ଭିଭୋ ପକ୍ଷରୁ ୟୁ-୨୦ ସ୍ମାର୍ଟଫୋନର ବଜାର ପ୍ରବେଶ

ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ୟୁ-୨୦ର ବଜାର ପ୍ରବେଶ କରାଯାଇଛି । ୟୁ-୨୦ ସ୍ମାର୍ଟଫୋନ୍ ୮ଜିବି ୧୨୮ ଜିବି ମେମୋରୀେରେ ଉପଲବ୍ଧ ହେଉଛି । ଏହି ସ୍ମାର୍ଟଫୋନର ମୂଲ୍ୟ ୧୭,୯୯୦ ଟଙ୍କା ରହିଛି । ଏହା ରେସିଂ ବ୍ଲାକ୍ ଏବଂ ବ୍ଲେଜ୍ ବ୍ଲୁ ରଙ୍ଗରେ ଅଗ୍ରଣୀ ରିଟେଲ ଶପରେ ଉପଲବ୍ଧ ହେଉଛି ।

ଏହି ସ୍ମାର୍ଟଫୋନ୍ରେ ୫,୦୦୦ଏମଏଏଚ୍ ବ୍ୟାଟେରୀ ଏବଂ ୧୮ ୱାଟ୍ ଫାଷ୍ଟ ଚାର୍ଜ ସୁବିଧା ରହିଛି । ଏହି ଫୋନ୍ ରେ କ୍ୱାଲକମ୍ ସ୍ନାପଡ୍ରାଗନ ୬୭୫ ଏଆଇଇ ଅକ୍ଟା-କୋର୍ ପ୍ରୋସେସର, ଚତୁର୍ଥ ଜେନେରେଶନ କ୍ରାୟୋ ସିପିୟୁ ଏବଂ ୬ଷ୍ଠ ଜେନେରେଶନ ଆଡ୍ରେନୋ ଜିପିୟୁ୍, ୧୬ଏମ୍ ପି ସେଲଫି କ୍ୟାମେରା ଏବଂ ଏଆଇ ଟ୍ରିପୁଲ ପଛ କ୍ୟାମେରା ରହିଛି । ଏଥିରେ ୧୬ ଏମ୍ପି, ୮ ଏମପି ଏବଂ ୨ ଏମପି ପଛ କ୍ୟାମେରା ରହିଛି । ଏଥିରେ ଏଆଇ ଫେସ୍ ବିୟୁଟି, ଲାଇଟିଂ, ଏଆର୍ ଷ୍ଟିକର, ଏଆଇ ଫିଲଟ. ୯୦.୩% ସ୍କ୍ରିନ୍ ଟୁ ବଡ଼ି ରେସିଓ ଆଦି ବୈଶିଷ୍ଟ୍ୟ ରହିଛି । ଏଚଡିଏଫସି ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ୨୦୧୯ ଡିସେମ୍ବର ୩୧ ପର୍ଯ୍ୟନ୍ତ ୫% କ୍ୟାସବ୍ୟାକ୍ ସୁବିଧା ରହିଛି ।

ଆଇସିଆଇସିଆଇ ବ୍ରାଣ୍ଡ୍ କ୍ରେିଡିଟ୍ କାର୍ଡରେ ଇଏମ୍ଆଇରେ ୨୦୧୯ ଡିସେମ୍ବର ୩୧ ପର୍ଯ୍ୟନ୍ତ ୫% କ୍ୟାସବ୍ୟାକ୍ ସଦୁବିଧା ରହିଛି । ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ୨୦୧୯ ଡିସେମ୍ବର ୩୧ ପର୍ଯ୍ୟନ୍ତ ୫% କ୍ୟାସବ୍ୟାକ୍ ସୁବିଧା ରହିଛି । ବଜାଜ, ଆଇଡିଏଫସି ଫାଷ୍ଟ ବ୍ୟାଙ୍କ, ଏଚଡିବି, ହୋମ୍ କ୍ରେଡିଟ୍ ଫାଇନାନ୍ସ୍ ପାର୍ଟନରଙ୍କ ପକ୍ଷରୁ ଆକର୍ଷଣୀୟ ଇଏମ୍ଆଇ ଯୋଜନା ମଧ୍ୟ ଉପଲବ୍ଧ ହେଉଛି । ଏହା ସହିତ ୬୦୦୦ଟଙ୍କାର ଜିଓ ଡାଟା ଉପଲବ୍ଧ ହେଉଛି । ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ୟୁ-୨୦ ଗ୍ରେଟର ନୋଏଡାଠାରେ ନିର୍ମର୍ିତ ହୋଇଛି । ମାତ୍ର ୧୫ ମିନିଟ୍ ଚାର୍ଜରେ ଏହା ୨ ଘଂଟାର ୟୁ ଟ୍ୟୁବ୍, ୩ ଘଂଟାର ଗୁଗୁଲ ମ୍ୟାପ୍, ୩ ଘଂଟାର ଫେସବୁକ୍ ଏବଂ ୪ ଘଂଟାର ଇନଷ୍ଟାଗ୍ରାମ୍ ଉପଲବ୍ଧ କରାଇଥାଏ ।

ସୂଚନାଯୋଗ୍ୟ, ବିଶ୍ୱସ୍ତରରେ ସ୍ମାର୍ଟଫୋନ୍ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଭିଭୋ ଭାରତରେ ଏହାର କାରବାର ୨୦୧୪ ମସିହାରେ ଆରମ୍ଭ କରିଥିଲା । ଅତି ସ୍ୱଳ୍ପ ସମୟ ମଧ୍ୟରେ ଏହା ସ୍ମାର୍ଟବ୍ରାଣ୍ଡ୍ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଥିଲା । ଗ୍ରେଟର ନୋଏଡାଠାରେ ଏହାର ନିର୍ମାଣ କେନ୍ଦ୍ର ରହିଛି । ସମ୍ପ୍ରତି ଦେଶର ୨୭ ରାଜ୍ୟ ଏବଂ ୫ କେନ୍ଦ୍ରଶାସିତ ଅଂଚଳରେ ୫୩୯ରୁ ଅଧିକ ସହରରେ କମ୍ପାନୀର ୫୫୦ରୁ ଅଧିକ ସର୍ଭିସ୍ ସେଂଟର ରହିଛି । ଏହା ମୁଖ୍ୟତଃ କ୍ୟାମେରା ଓ ମ୍ୟୁଜିକ୍କୁ ଗୁରୁତ୍ୱ ପ୍ରଦାନ କରିଥାଏ । ଏହା ଭାରତରେ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନୀ ଭାବରେ ଖ୍ୟାତି ହାସଲ କରଛି ।

Related posts

ସରିଲା ପୁଞ୍ଜିପତିଙ୍କ ସମ୍ମିଳନୀ

mahabharatanews

କମିଲା ବ୍ୟବସାୟିକ ସିଲିଣ୍ଡରର ଦର

mahabharatanews

ଆଜି ମୁମ୍ବାଇରେ ଖୋଲିଲା ଦେଶର ପ୍ରଥମ ଆପଲ୍ ଷ୍ଟୋର

mahabharatanews