ଓଡିଶା

ମଶାଣିକୁ ବାଟ ନ ଥିବାରୁ ଗାଁ ଲୋକଙ୍କ ରାସ୍ତା ଅବରୋଧ

(ମହାଭାରତ, ନରସିଂହପୁର): କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଚମ୍ପେଶ୍ୱର ଗାଁରେ ମଶାଣି ଥିବା ସତ୍ତେ୍ୱ ଭିତରକୁ ଶବ ନେବାକୁ ବାଟ ନଥିବାରୁ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଯାନବାହାନ କିଛି ସମୟ ପାଇଁ ଅଟକି ରହିଥିଲା ।

ସୂଚନା ଅନୁଯାୟୀ, ଗାଁରେ ୯୮ ଡିସିମିଲ ଜାଗାରେ ଏକ ଶ୍ମଶାନ ରହିଛି । କିନ୍ତୁ ଏହାର ଚାରିପାଖକୁ ସ୍ଥାନୀୟ ଲୋକେ ଜବରଦଖଲ କରି ମାଡି ବସିଛନ୍ତି । ଫଳରେ ମଶାଣି ଭିତରକୁ ଶବ ନେବାକୁ ବାଟ ନାହିଁ । ଏନେଇ ଗାଁ ଲୋକେ ୫ ବର୍ଷ ହେବ ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ସେମାନଙ୍କ କଥା କେହି କର୍ଣ୍ଣପାତ କରୁ ନଥିବାରୁ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି । ରବିବାର ଚମ୍ପେଶ୍ୱର ଗାଁର ଲୋକମାନେ କଟକ-ନରସିଂହପୁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ।

ଖବର ପାଇ ଆଠଗଡ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଆସନ୍ତା ବୁଧବାରା ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗାଁ ଲୋକ, ପୋଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ଘଟଣା ସମ୍ପର୍କରେ ଆଲୋଚନା କରାଯିବ ବୋଲି ଆଠଗଡ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା ।

Related posts

ମୋ ପାଇଁ ମୟୂରଭଞ୍ଜ ଜିଲ୍ଲା ସ୍ଵତନ୍ତ୍ର ଗୁରୁତ୍ଵ ବହନ କରେ -ମୁଖ୍ୟମନ୍ତ୍ରୀ

mahabharatanews

ଶୁଦ୍ଧିକ୍ରିୟାରୁ ଫେରିବା ବାଟରେ ଦୁର୍ଘଟଣା, ଦାଦା-ପୁତୁରା ମୃତ

mahabharatanews

ଭୁବନେଶ୍ୱରର ସପିଂ ମଲରେ ଦିଆଯିବ ଟିକା

mahabharatanews