ଓଡିଶା

କରୋନା ସଚେତନତା କାର୍ଯ୍ୟକ୍ରମ ଓ ମାକ୍ସ ବଣ୍ଟନ

ଯାଜପୁର: ଜିଲ୍ଲାର ଧର୍ମଶାଳା ବ୍ଲକ ଅଧୀନସ୍ଥ ସଂପାରୁ ପଂ·ୟତରେ ଆଜି କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ, ଯାଜପୁର ଜିଲ୍ଲା ୱେବ୍ ମିଡିଆ ସଂଘ, ଜେନାପୁର ପ୍ରେସ୍ କ୍ଲବ୍ ଓ ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆୟୁଷର ଡାକ୍ତର, ଅଂଗନୱାଡି କର୍ମୀ, ସପାରୁ ପଂ·ୟତ ସରପଂଚ, ୱାର୍ଡ୍ ମେମ୍ବର ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଜେନାପୁର ପ୍ରେସ୍ କ୍ଲବ୍ର ସଭାପତି କାଶୀନାଥ ବାରିକ ସଭାପତିତ୍ୱ କରି କିପରି ଏହି କରୋନା ଭାଇରସ୍ର ମୁକାବିଲା କରିହେବ ତାହା ଉପରେ ଆଲୋଚନା କରିଥିଲେ । ଆଜିର ଆଲୋଚନାର ମୁଖ୍ୟ ଆୟୁଷର ଡାକ୍ତର ସଂଜୟ କୁମାର ଓଝା କହିଥିଲେ କି ଖାଦ୍ୟ ଖାଇବା ପୂର୍ବରୁ ସାନିଟାଇଜ୍ରେ ହାତ ଧୋଇବା, ମୁହଁରେ ମାକ୍ସ ପିନ୍ଧି ବାହାରକୁ ବାହାରିବେ, ୭ଜଣରୁ ଅଧିକ ମେଳି କରିବେ ନାହିଁ ବୋଲି ଆଲୋଚନା କରିବା ସଂଗେ ସଂଗେ ଡାକ୍ତର ଓଝା ଅଂଗନୱାଡି କର୍ମୀ, ଓ ଆଶାକର୍ମୀମାନଙ୍କୁ କରୋନା ଭାଇରସ୍ ମୁକାବିଲା ନିମନ୍ତେ ଟ୍ରେନିଂ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ସରପଂଚ ଜହ୍ନ ଦେହୁରୀ ଏହା ଉପରେ ଆଲୋଚନା କରିଥିଲେ । ଏହା ସହିତ ସାମ୍ବାଦିକ ଦୀପକ କୁମାର, ଅରୁପ ନାୟକ, ଦିଲୀପ ପରିଡ଼ା, ପ୍ରମୋଦ ରାଉତ, ଅୟଶକାନ୍ତ ରାଉତ,ସୁନୀଲ ସାଗର ଦାସ, ସନ୍ତୋଷ ଓଝା, ଗୟାଧର ନାୟକ. ସାମ୍ବାଦିକା ପୁଷ୍ପିତା ରାଉତପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।

Related posts

ରଥଯାତ୍ରା : ଆଉ ମାତ୍ର ୩୫ ଦିନ 

mahabharatanews

ଅସୁରକ୍ଷିତ ସହର ପାଲଟିଛି ବାଲୁଗାଁ ଥାନା ଅଧିନସ୍ଥ ବିଭିନ୍ନ ଅଞ୍ଚଳ

mahabharatanews

ଗଞ୍ଜାମ ଜିଲ୍ଲାରେ ଜୁନ୍ ୩୦ ପର୍ୟ୍ୟନ୍ତ ବଢିଲା ଲକଡାଉନ୍ କଟକଣା

mahabharatanews