ଓଡିଶା

ଟ୍ରେନରୁ ଡେଇଁ ୨ ଯୁବତୀ ଗୁରୁତର ଆହତ

(ମହାଭାରତ, ଝାରସୁଗୁଡା): ବାଗଡିହି ଷ୍ଟେସନ ଦେଇ ଯାଉଥିବା ଏକ ଚଳନ୍ତା ଟ୍ରେନରୁ ଦୁଇ ଜଣ ଯୁବତୀ ଡେଇଁ ପଡିବା ଫଳରେ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣକର ଗୋଡ କଟିବା ସମ୍ଭାବନା ଥିବା ବେଳେ ଅନ୍ୟ ଜଣକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଅଚେତ ହୋଇ ପଡିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳ ସାଢେ ୧୧ଟାରେ ବାଗଡିହି ଷ୍ଟେସନ ଦେଇ ଯାଉଥିବା ଉତ୍କଳ ଏକ୍ସପ୍ରେସରୁ ଏହି ଦୁଇ ଯୁବତୀ ପ୍ଲାଟଫର୍ମ ଆଡକୁ ଡେଇଁ ପଡିଥିଲେ । ସେଠାରେ ଗୁରୁତର ଭାବେ ପଡି ରହିଥିବା ବେଳେ ଖବର ପାଇ ରେଳ କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀମାନେ ସେମାନଙ୍କୁ ଉଦ୍ଧାର କରି ବାଗଡିହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।
ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଯୁବତୀ ଦ୍ୱୟ ସଜ୍ଞାହୀନ ଅବସ୍ଥାରେ ଥିବାରୁ ସେମାନଙ୍କୁ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପରେ ଉଭୟଙ୍କ ମୋବାଇଲରୁ ସେମାନଙ୍କ ପରିବାର ଲୋକଙ୍କ ସହ ସମ୍ପର୍କ କରିବାକୁ ଉଦ୍ୟମ କରିଛି ରେଳ ପ୍ରଶାସନ । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହା ଏଯାଏ ଜଣାପଡିନାହିଁ ।

Related posts

ବାହାର ବିଶେଷଜ୍ଞଙ୍କ ସାହାଯ୍ୟ ଲୋଡିଲେ ନନ୍ଦନକାନନ କର୍ତ୍ତୃପକ୍ଷ

mahabharatanews

କେନ୍ଦ୍ର ମନ୍ତ୍ରୀଙ୍କୁ ଏନସିଟିପି ପ୍ରତିନିଧିଙ୍କ ସାକ୍ଷାତ

mahabharatanews

ନିଟ୍ ଓ ଜେଇଇ ପରୀକ୍ଷା ସ୍ଥଗିତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ନବୀନ

mahabharatanews