ଅପରାଧ

ପୁତୁରା ମାଡ଼ରେ କକା ମୃତ

ଜଳେଶ୍ୱର: ପୁତୁରାର ମାଡ଼ରେ କକା ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି, ବସ୍ତା ଥାନା ପଳାସିଆ ଗ୍ରାମରେ ।
ସୂଚନା ଅନୁଯାୟୀ, ପଳାସିଆ ଗ୍ରାମରେ ବାସ କରୁଥିବା ଭାଗବତ ମହାପାତ୍ର ଓ ନୀଳକଣ୍ଠ ମହାପାତ୍ରଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ଜମିଜମା ବାଦ ବିବାଦ ଲାଗି ରହି ଥିଲା । ତେବେ ଗତ ସୋମବାର ଦିପ୍ରହରରେ ପାଉଁଶ ପକାକୁ କେନ୍ଦ୍ର କରି ଭାଗବତ ମହାପାତ୍ର ଓ ନୀଳକଣ୍ଠ ମହାପାତ୍ରଙ୍କ ମଧ୍ୟରେ ଝଡଗା ହୋଇଥିଲା । ଏହି ଝଗଡା ଉଗ୍ର ରୂପ ନେବା ସହ କଥା ହାତାହାତୀ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ଉଭୟ ପରିବାର ପକ୍ଷରୁ ଅ ।କ୍ରମଣ ପ୍ରତିଅ ।କ୍ରମଣ ହୋଇଥିବା ବେଳେ, ନୀଳକଣ୍ଠ ମହାପାତ୍ରଙ୍କ ପୁଅ ଦୀନବନ୍ଧୁ ଓ ପ୍ରଫୁଲ୍ଲ ଉତ୍କ୍ଷିପ୍ତ ହୋଇ ଭାଗବତଙ୍କୁ ମାଡ଼ ମାରି ଗୁରୁତର କରିଦେଇଥିଲେ । ଭାଗବତଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ଘଟିଛି । ଅନ୍ୟ ପକ୍ଷରେ ପୋଲିସ ମାମଲା ରୁଜୁ କରି ଦୀନବନ୍ଧୁ ମହାପାତ୍ରଙ୍କୁ ଗିରଫ କରିଛି ।

Related posts

ବେଆଇନ କଫ ସିରପ ବିକ୍ରି ଖବର ପ୍ରସାରଣ ପରେ ସାମ୍ବାଦିକଙ୍କୁ ହତ୍ୟା ଧମକ

mahabharatanews

ବରମୁଣ୍ଡା ବ୍ରିଜ୍ ତଳୁ ଉଲଗ୍ନ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews

ଶିକ୍ଷକ ଦମ୍ପତିଙ୍କୁ ଭୁଜାଲିରେ ଆକ୍ରମଣ କଲେ ତିନ ଦୁର୍ବୁତ୍ତ

mahabharatanews