ଓଡିଶା

ପିନାକର ତୃତୀୟ ବ୍ୟବହାରିକ ସଫଳ ପରୀକ୍ଷଣ

ଚାନ୍ଦବାଲି: ଆଜି ସକାଳୁ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ରୁ ଆଜି ମଲଟି ବ୍ୟାରେଲ ରକେଟ ଲଞ୍ଚର ପିନାକର ସଫଳ ପରୀକ୍ଷଣ ହୋଇଛି ।
ସୂଚନା ଅନୁଯାୟୀ, ମଲଟି ବ୍ୟାରେଲ ରକେଟ ଲଞ୍ଚରରୁ ଉତ୍କ୍ଷେପଣ ହେବା ପରେ ପିନାକ୍ ନିର୍ଦ୍ଦିଷ୍ଟ ସମୟ ଓ ଦୂରତାରେ ଲକ୍ଷ୍ୟଭେଦ କରିଥିଲା । ପିନାକ ହେଉଛି ଭାରତୀୟ ସ୍ଥଳସେନା ଦ୍ୱାରା ବ୍ୟବହୃତ ଅଧିକ ଦୂରଗାମୀ ସମ୍ପନ୍ନ ସ୍ୱୟଂଚାଳିତ ଏକ ରକେଟ ସିଷ୍ଟମ, ଯାହା ଏକା ଥରେ ବିଭିନ୍ନ ଦିଗରେ ଲକ୍ଷ୍ୟଭେଦ କରିପାରେ । ୭୫ କିମି ଦୂରତା ପର୍ଯ୍ୟନ୍ତ ଏହା ଲକ୍ଷ୍ୟବେଦ କରିବାର କ୍ଷମତା ରଖିଛି । ପୂର୍ବରୁ ଗତ ୧୯ ତାରିଖରେ ପିନାକ୍ର ପରୀକ୍ଷଣ କରାଯାଇଥିଲା । ଆଜି ଡିଆରଡିଓ ଓ ପ୍ରତିରକ୍ଷା ବିଭାଗର ବରିଷ୍ଠ ବୈଜ୍ଞାନିକ, ପଦାଧିକାରୀଙ୍କ ଉପସ୍ଥିତିରେ ପିନ।।କର ତୃତୀୟ ବ୍ୟବହାରିକ ପରୀକ୍ଷଣ ହୋଇଛି ।

Related posts

ରାଉରକେଲାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

ଜଣେ ସଂକ୍ରମିତ ୪୦୬ ଜଣଙ୍କୁ ମାସକରେ ସଂକ୍ରମିତ କରିପାରେ

mahabharatanews

ଗାଁ କୁ ଯାଇପାରିଲାନି ଆମ୍ବୁଲାନ୍ସ ! ରାସ୍ତାରେ ଜନ୍ମ ଦେଲେ ଶିଶୁକୁ

mahabharatanews