ଓଡିଶା

ମୃତ ହାତୀ ଶାବକ ଉଦ୍ଧାର

ଦେବଗଡ଼: ଦେବଗଡ଼ ବନଖଣ୍ଡ ରିଆମାଳ ରେଞ୍ଜ ଅନ୍ତର୍ଗତ ବରଡ଼ାନାଳି ଗ୍ରାମରୁ ଗୁରୁବାର ଏକ ହାତୀ ଶାବକର ମୃତଦେହ ଉଦ୍ଧାର ହୋଇଛି । ମୃତ ହାତୀଟିର ବୟସ ଆନୁମାନିକ ୩ ବର୍ଷ ହେବ । କେଉଁ କାରଣରୁ ହାତୀଟିର ମୃତ୍ୟୁ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ହାତୀ ଶରୀରରେ ମଧ୍ୟ କୌଣସି କ୍ଷତଚିହ୍ନ ନଥିବା ଜଣାପଡ଼ିଛି । ଅନ୍ୟ ହାତୀର ଆକ୍ରମଣରେ ଉକ୍ତ ହାତୀ ଶାବକର ମୃତ୍ୟୁ ହୋଇଥିବା ନେଇ ବନବିଭାଗ ଅନୁମାନ କରୁଛି ।

ସୂଚନା ଅନୁଯାୟୀ, ଆଜି ସକାଳେ ଗ୍ରାମର ଫକୀର ଗଡ଼ନାୟକଙ୍କ ଗୁହାଳ ଘର ପଛପଟେ ମୃତ ଅବସ୍ଥାରେ ହାତୀ ସାବକକୁ ଦେଖିବାକୁ ମଳିଥିଲା । ଖବର ପ୍ରଚାର ହେବା ପରେ ହାତୀକୁ ଦେଖିବାକୁ ଲୋକ ରୁଣ୍ଡ ହୋଇଥିଲେ । ଗ୍ରାମବାସୀ ପଳସମା ବିଭାଗର ‘ରେଷ୍ଟର ଓ ରିଅ ।ମାଳ ରେଞ୍ଜ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଖବର ପାଇ ରେଞ୍ଜ ଅଧିକାରୀ ଭବାନୀ ଶଙ୍କର ଦାଶ ଓ ପଳସମା ରେଞ୍ଜର ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ଉଦ୍ଧାର କରି ତଦନ୍ତ କରିଥିବା ଜଣାପଡ଼ିଛି ।

Related posts

ଫୁଲୁଛି ମହାନଦୀ ,୧୦ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

mahabharatanews

ଅଖିଳ ଉତ୍କଳ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ ସଂଘ ଗଜପତି ଶାଖାର ଆଗାମୀ ତିନି ବର୍ଷ ପାଇଁ କର୍ମକର୍ତ୍ତା ଚୟନ…

mahabharatanews

ବନ୍ଧୁକ ମୁନରେ ୨ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟିଲେ ଦୁର୍ବୃତ୍ତ

mahabharatanews