ଓଡିଶା

ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଉଦଘାଟନ

ଗୋପ: ପୁରୀ ଜିଲ୍ଲା ଡେଲାଙ୍ଗ ପିପିଲ ବିଧାୟକ ପ୍ରଦୀପ ମହାରଥୀଙ୍କ ନିର୍ଦ୍ଦେଶକ୍ରମେ ଡେଲାଙ୍ଗ ବ୍ଳକର ସିଂହବ୍ରହ୍ମପୁର ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଉଦଘାଟନ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ବୈରାଗୀ ଜେନା ଧାନମଣ୍ଡିକୁ ଅ ।ନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଅନୁଷ୍ଠିତ ସଭାରେ ସମବାୟ ସମିତିର ସମ୍ପାଦକ ଧନେଶ୍ୱର ପ୍ରଧାନ ଓ ସଭାପତି ନରେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ । ଅନ୍ୟତମ ଅତିଥି ଭାବେ ଏଅ ।ରସିଏସ ପ୍ରକାଶ ଚନ୍ଦ୍ର ସେଠୀ, ସିଇଓ ସତ୍ୟଶଙ୍କର ମହାନ୍ତି ଉପସ୍ଥିତ ରହି ·ଷୀ ମାନଙ୍କ ଠାରୁ ସଠିକ ମାର୍ଗରେ ଧାନ କିଣିବା ପାଇଁ ସମବାୟ ସମିତିର ସମ୍ପାଦକଙ୍କୁ ପରାମର୍ଶ ଦେଇଥିଲେ । ସୁପରଭାଇଜର ପ୍ରଫୁଲ କୁମାର ସ୍ୱାଇଁ ସଭା ପରି·ଳନା କରିଥିଲେ । ପ୍ରଥମ ଦିନରେ ୫ଜଣ ·ଷୀଙ୍କ ଠାରୁ ୨୧୪ କ୍ୟୁଣ୍ଟାଲ ଧାନ କିଣା ଯାଇଥିବା ସମବାୟ ସମିତିର ସୁପରଭାଇଜର ଶ୍ରୀ ସ୍ୱାଇଁଙ୍କ ଠାରୁ ପ୍ରକାଶ ।

Related posts

ନେତୃତ୍ୱଙ୍କ ଉପରେ କମୁଛି ଭରସା, ବିଜେପି ମୁହାଁ ବିଜେଡି ନେତା ଓ କର୍ମୀ

mahabharatanews

ଆଇସିଡିଏସ ସୁପରଭାଇଜର ଲାଞ୍ଚ ଟଙ୍କା ନେବା ବେଳେ…

mahabharatanews

ମୁଣ୍ଡ ଟେକୁଛି ଡେଙ୍ଗୁ; ଖୋର୍ଦ୍ଧାରେ ସର୍ବାଧିକ ୨୨୩୩ ଆକ୍ରାନ୍ତ 

mahabharatanews