(ମହାଭାରତ, ବାଲେଶ୍ୱର): ବାଲେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ବାମପଦା ଛକରେ ଗତ ବୁଧବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ନୀଳଗିରି ରାଜବରହମପୁର ଅଞ୍ଚଳର ମହେନ୍ଦ୍ର ସେଠୀ ବୋଲି ଜଣାଯାଇଛି । ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ମୃତଦେହ ରଖି ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣକ ରାତିରେ ଘରକୁ ଫେରୁଥିବା ବେଳେ ବାମପଦା ଛକରେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ଯୁବକ ଜଣକ ବାଇକ ସହ ଟ୍ରକ ତଳେ ଚାପି ହୋଇଯାଇଥିଲେ । ଦୀର୍ଘଦିନ ଧରି ରାସ୍ତା କାମ ନସରିବା ଓ ବାମପଦ ଛକରେ ସର୍ବଦା ଟ୍ରାଫିକ ଅବ୍ୟବସ୍ଥା ଲାଗି ରହିବାରୁ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ଯାଉଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ନିଆଁ ଜଳାଇ ରାସ୍ତାରୋକ କରିଥିଲେ । ମୃତକଙ୍କ ପରିବାକୁ କ୍ଷତିପୂରଣ ଦାବି କରିଥିଲେ ।
ଖବର ପାଇ ପୋଲିସ ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘଟଣାସ୍ଥଳରେ କେହି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିଲେ । ଅପରପକ୍ଷେ ରେଡକ୍ରସ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।
