ଜଳେଶ୍ୱର: ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ,ଏହାକୁ ନିୟନ୍ତ୍ରଣ କରିବାର ମହତ ଉଦେଶ୍ୟ ନେଇ କେନ୍ଦ୍ର ସରକାରଙ୍କ ଅ।ୟୁଷ ମନ୍ତ୍ରାଳୟ ପକ୍ଷରୁ ବସ୍ତା ବ୍ଲକ ପାଉଁଶକୁଳି ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମାଗଣା ମଧୁମେହ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକଙ୍କ ନିକଟରୁ ପାଞ୍ଚପ୍ରକାର ରକ୍ତ ନମୁନା ନେଇ ନିୟୁ ଦିଲ୍ଲୀର ଡକ୍ଟର ଡାନ୍ସ ପାଥୋଲାବରେ ଟେଷ୍ଟ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ପରୀକ୍ଷା ଶିବିରରେ ମୋଟ ୮୩ ଟି ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ଫେଲବୋଟୋମିଷ୍ଟ ଡ଼ା- ଶିବ ଦାଶ୍ ମହାନ୍ତ ରକ୍ତ ନମୁନା ସଂଗ୍ରହ କରିଥିବା ବେଳେ ଜ୍ୟୋତିର୍ମୟୀ ନନ୍ଦ,ନିରଜ କୁମାର ଗିରି, ଅରୁଣ କୁମାର ବାରିକ, ସାର୍ଥକ କୁମାର ଦାଶ୍ ପ୍ରମୁଖଙ୍କ ସହଯୋଗ କରିବା ସହିତ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିବିର ପରିଚାଳିତ ହୋଇଥିଲା । ଗ୍ରାମାଞ୍ଚଳରେ ଏଭଳି ମାଗଣା ପରୀକ୍ଷା ଶିବିରକୁ ସାଧାରଣରେ ପ୍ରଶଂସା କରା ଯାଇଛି ।
next post
