ଅପରାଧ

ସାମାନ୍ୟ ବଚସାରୁ ସ୍ତ୍ରୀକୁ ହାଣିଲା ସ୍ୱାମୀ

(ମହାଭାରତ, ଢେଙ୍କାନାଳ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗର ପଙ୍ଗାତିରା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାମାନ୍ୟ ବଚସାରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ୱାମୀ ହତ୍ୟା କରିଛି । ମୃତ ମହିଳାଙ୍କ ନାମ ମିତା ସାହୁ ବୋଲି ଜଣାପଡିଛି । ତେବେ ଅଭିଯୁ୍କ୍ତ ସ୍ୱାମୀ ଏହି ଘଟଣା ପରେ ଫେରାର ହୋଇଛନ୍ତି । ସୂଚନା ଅନୁଯାୟୀ, ୨ ବର୍ଷ ତଳେ ମିତା ନିଜ ଗାଁର ଲଳିତ ସାହୁଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ଉଭୟଙ୍କ ନିୟମିତ ଝଗଡା ଲାଗୁଥିଲା । ନିଜ ସ୍ତ୍ରୀଙ୍କୁ ଲଳିତ ମାରଧର କରୁଥିବା ନେଇ ଥାନାରେ ପୂର୍ବରୁ ଅଭିଯୋଗ ହୋଇଥିଲା । ଗତ ସୋମବାର ମହିଳାଙ୍କ ବାପା ମହାବୀର ରୋଡ ଥାନାରେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ମହିଳାଙ୍କ ସ୍ୱାମୀ ଏହା ଜାଣିବା ପରେ ରାଗି ଯାଇଥିଲେ । ଏହାକୁ ନେଇ ଗତକାଲି ରାତିରେ ସେ ତାଙ୍କ ସ୍ତ୍ରୀଙ୍କ ବାପଘରକୁ ଆସି ଝଗଡା କରିଥିଲେ । ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ଜଣକ ନିଜ ସ୍ତ୍ରୀଙ୍କୁ ଟାଙ୍ଗିଆରେ ବେକକୁ ଚୋଟ ପକାଇଥିଲା । ଲଳିତଙ୍କ ଶାଶୂ ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଲଳିତ ଏକ ଚୋଟ ପକାଇ ଫେରାର ହୋଇଯାଇଥିଲେ । ଫଳରେ ମହିଳା ଜଣକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

ନୟାଗଡ଼ ଟାଉନ ଥାନା ସୁଳିଆ ଗାଁରେ ବିଳମ୍ବିତ ରାତିରେ ବୋମାମାଡ଼

mahabharatanews

ନାବାଳିକା ବଳାକ୍ରାର, ଗର୍ଭପାତ ଘଟଣା: ଅଭିଯୁକ୍ତ ଡାକ୍ତର ଗିରଫ

mahabharatanews

ଶିଶୁ ବାଟିକା ଚାକିରି ନାଁରେ ମହା-ଜାଲିଆତି,ବୁଲୁଛି ଅର୍ଥ ବିଭାଗର ‘ଫେକ୍’ ଚିଠି

mahabharatanews