ଓଡିଶା

କ୍ଷେତରେ କାମ କରୁଥିବା ବେଳେ ବଜ୍ରାଘାତରେ ବୃଦ୍ଧଙ୍କ ମୃତ୍ୟୁ…

କ୍ଷେତରେ କାମ କରୁଥିବା ବେଳେ ବଜ୍ରାଘାତରେ ବୃଦ୍ଧଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଳକ ନରଦା ପଂଚାୟତ ହରିପୁର ଗ୍ରାମରେ। ମୃତ ବୃଦ୍ଧ ଜଣକ ହେଲେ ନରଦା ପଂଚାୟତ ହରିପୁର ଗ୍ରାମର ଟିକମ ମଲ୍ଲିକ। ବୟସ ୫୯। ଟିକମ ମଲ୍ଲିକ ଧାନ କ୍ଷେତରେ କାମ କରୁଥିବା ବେଳେ ବଜ୍ରାଘାତ ହୋଇଥିଲା। ବଜ୍ରାଘାତରେ ତିକମ ମଲ୍ଲିକ ଚେତାଶୂନ୍ୟ ହୋଇଯାଇଥିଲେ। ଚେତାଶୂନ୍ୟ ଅବସ୍ଥାରେ ସ୍ତାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ସାଲେପୁର ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଛନ୍ତି। ସାଲେପୁର ମେଡିକାଲରେ ପୋଲିସ ପହଂଚି ମୃତଦେହକୁ ଜବତକରି ତଦନ୍ତ ଚଳାଇଥିବା ନେଇ ସୂଚନା ମିଳିଛି।

Related posts

୨୮ରେ ପଦ୍ମପୁର ଲୋକ ମହୋତ୍ସବ

mahabharatanews

ଧରଣୀଧର ପବ୍ଲିକ ସ୍କୁଲରେ ଉତ୍କଳ ଦିବସ ପାଳିତ

mahabharatanews

ସଂକ୍ରମଣ ରୋକିବାକୁ ତାସ ପାଲି ନ ପକାଇବା କହିଲେ ବାଗଚୀ

mahabharatanews