ଓଡିଶା

ଦାଦନ ଶ୍ରମିକ ଚାଲାଣ ବେଳେ ଦଲାଲ ଗିରଫ

(ମହାଭାରତ, ରାୟଗଡା): ରାୟଗଡା ଜିଲ୍ଲା କଲ୍ୟାଣସିଂପୁରରେ ଦାଦନ ଶ୍ରମିକ ଚାଲାଣ ବେଳେ ଜଣେ ଦଲାଲଙ୍କୁ ପୋଲିସ ଗିରଫ କରିବା ସହ ସୋମବାର କୋର୍ଟଚାଲାଣ କରିଛି । ସୂଚନା ଅନୁଯାୟୀ, କଲ୍ୟାଣସିଂପୁର ପୋଲିସ କୌଣସି ସୂତ୍ରରୁ ଖବର ପାଇ ସିକରପାଇ ବସଷ୍ଟାଣ୍ଡ ଠାରେ ଜଣେ ଦାଦନ ଦଲାଲକୁ ଶ୍ରମିକ ଚାଲାଣ କରୁଥିବା ବେଳେ ଗିରଫ କରିଥିଲା । ଉଦ୍ଧାର ହୋଇଥିବା ୪ ଜଣ ଶ୍ରମିକ କାଶୀପୁର ବ୍ଲକ ଅନ୍ତର୍ଗତ ଗୋଡବାଲି ପଞ୍ଚାୟତର ଗୁଡେଇ ଗାଁର ବାସିନ୍ଦା ବୋଲି ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡିଛି । ଏମାନଙ୍କ ସହ ଅନ୍ୟ ଜଣେ ନାବାଳକକୁ ଦଲାଲ କେରଳକୁ ଦାଦନ ଖଟିବାକୁ ପଠାଉଥିଲା । ଏହି ସମୟରେ ପୋଲିସ ଚଢାଉ କରି ଦଲାଲ ବଳରାମ ଜେନାକୁ ଗିରଫ କରିଥିଲା । ଏହାସହ ଉଦ୍ଧାର ହୋଇଥିବା ୪ ଶ୍ରମିକଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବା ପୋଲିସ ସୂଚନା ଦେଇଛି ।

Related posts

ରାଜ୍ୟରେ କରୋନାଜନିତ ମୃତ୍ୟୁରେ ଲାଗୁନି ବ୍ରେକ, ପୁଣି ୧୬ ମୃତ୍ୟୁ

mahabharatanews

ରାଉରକେଲା ଜେଲରୁ ଏକା ସାଙ୍ଗରେ ବାହାରିଲେ ୧୭ ପଜିଟିଭ

mahabharatanews

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି

mahabharatanews