ଓଡିଶା

୫୦ ବସ୍ତା କୋଇଲା ଜବତ, ୧ ଗିରଫ

(ମହାଭାରତ, ଚୌଦ୍ୱାର): କଟକ ଜିଲ୍ଲା ଚୌଦ୍ୱାର ଚାଉଳିଆ ପୋଲ ନିକଟରୁ ୫୦ ବସ୍ତାରୁ ଉଦ୍ଧ୍ୱର୍ କାଠ କୋଇଲା ଜବତ କରାଯାଇଛି । ଏହି ଘଟଣାରେ ଏକ ଟାଟା ଏସି ଗାଡିକୁ ଜବତ କରାଯାଇଥିବା ବେଳେ ଡ୍ରାଇଭରକୁ ବନ ବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଗଣେଶ ଚନ୍ଦ୍ର ସେଠୀ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଆଠଗଡ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରୁ ଦୀର୍ଘଦିନ ହେବ ବେଆଇନ କାଠ କୋଇଲା ଚାଲାଣ କରାଯାଉଥିବା ବନ ବିଭାଦଗ କୌଣସି ସୂତ୍ରରୁ ଖବର ପାଇଥିଲା । ଗତକାଲି ବିଳମ୍ବିତ ରାତିରେ ଚୌଦ୍ୱାର ବନପାଳଙ୍କ ନେତୃତ୍ୱରେ ଏକ ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ ଚାଉଳିଆ ପୋଲ ନିକଟରେ ଏକ ଟାଟା ଏସି ଗାଡି ଉପରେ ଚଢାଉ କରି ୫୦ ବସ୍ତାରୁ ଉଦ୍ଧ୍ୱର୍ କାଠ କୋଇଲା ଜବତ କରିଥିଲା । ବନ ବିଭାଗ କର୍ମଚାରୀମାନେ ଡ୍ରାଇଭରକୁ ଗିରଫ କରିଥିବା ବେଳେ କୋଇଲା ବେପାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ଏହି ଗାଡିରେ କାଠ କୋଇଲା ଖୁଣ୍ଟୁଣୀ ରେଞ୍ଜରୁ ଭୁବନେଶ୍ୱର ବାଳକାଟିକୁ ଚାଲାଣ କରାଯାଉଥିବା ଜଣାଯାଇଛି ।

Related posts

ପୋଲିସ ଅଧିକାରୀଙ୍କ ଉନ୍ମୁକ୍ତ କାଣ୍ଡ, ଛୁରୀରେ ଆକ୍ରମଣ କଲେ ମହିଳାଙ୍କୁ

mahabharatanews

ମହାନଦୀରେ ବନ୍ୟା ଆଶଙ୍କା ; ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ସୂଚନା

mahabharatanews

ମେୟରଙ୍କ ନେତୃତ୍ୱରେ ବିଏମସିର ଆଜି ବସିବ ଦ୍ୱିତୀୟ ପରିଷଦ ବୈଠକ

mahabharatanews