ଓଡିଶା

ନକଲି ବିଦେଶୀ ମଦ ଜବତ, ୨ ଗିରଫ

(ମହାଭାରତ, ଢେଙ୍କାନାଳ): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଅନ୍ତର୍ଗତ କଙ୍କଡାହାଡ ଅଙ୍ଗନବାଡି କେନ୍ଦ୍ର ଠାରେ ଅବକାରୀ ବିଭାଗ ନକଲି ମଦ ଜବତ କରିଛି । ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଅଙ୍ଗନବାଡି କେନ୍ଦ୍ର ପଛ ପଟ ଜଙ୍ଗଲରେ ନକଲି ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢାଉ ହୋଇଥିଲା । ଚଢାଉ ବେଳେ ବିପୁଳ ପରିମାଣର ନକଲି ବିଦେଶୀ ମଦ ବୋତଲ ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ଜବତ କରିଛି । ଦୀର୍ଘ ଦିନ ଧରି ନକଲି ଷ୍ଟିକର ଲଗାଇ ଏଠାରେ ମଦ ବେପାର ଚାଲିଥିଲା । ତେବେ ଏହି ବେପାର ଉକ୍ତ ଅଞ୍ଚଳରେ ଜମି ଆସୁଥିବା ବେଳେ ଅବକାରୀ କର୍ତ୍ତୃପକ୍ଷ ଖବର ପାଇ ଗତ ବୁଧବାର ବିଳମ୍ବିତ ରାତିରେ ଏହି ସ୍ଥାନରେ ଚଢାଉ କରିଥିଲେ । ଏହି ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ନକଲି ବିଦେଶୀ ମଦ ତିଆରି ହେଉଥିବା ଭାଟିରୁ ଅବକାରୀ ବିଭାଗ ଅଧିକାରୀମାନେ ଗିରଫ କରିଛନ୍ତି । ତେବେ ଜିଲ୍ଲାରେ ନକଲି ମଦ ପ୍ରସ୍ତୁତି ଉପରେ ରୋକ ଲଗାଇବା ପାଇଁ ଅବକାରୀ ବିଭାଗ ଏଭଳି ଚଢାଉ ଅଭିଯାନ ଆରମ୍ଭ କରିଛି ।

Related posts

ଅଦିନରେ ରଥଯାତ୍ରା କାହିଁକି? ଇସ୍କନକୁ ପ୍ରଶ୍ନ କଲେ ଗଜପତି

mahabharatanews

ଘୂର୍ଣ୍ଣିବଳୟ ସମ୍ଭାବନା; ରାଜ୍ୟରେ ସତର୍କ ସୂଚନା ଜାରି 

mahabharatanews

ଓଡ଼ିଶାର କୃଷି ବିକାଶକୁ କେନ୍ଦ୍ରର ପ୍ରଶଂସା, ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନର ନୂଆ ମାଇଲଖୁଣ୍ଟ

mahabharatanews