ଓଡିଶା

ଆଜି ରଥଯାତ୍ରା ଦେଖିବେ ଶ୍ରୀ ବୈଷ୍ଣବ

(ପୁରୀ) :  ଆଜି ପୂର୍ବାହ୍ନରେ ଶ୍ରୀ ବୈଷ୍ଣବ ପୁରୀରେ ରଥଯାତ୍ରା ଦେଖିବେ। ପୁରୀ ବଡ଼ଦାଣ୍ଡଠାରେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ(ସିବିସି), ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବେ। ଏହି ପ୍ରଦର୍ଶନୀ ‘କେନ୍ଦ୍ର ସରକାରଙ୍କ ୯ ବର୍ଷର ସେବା, ସୁଶାସନ, ଗରିବ କଲ୍ୟାଣ ଓ ମିସନ’ ବିଷୟବସ୍ତୁ ଉପରେ ଆୟୋଜନ କରାଯିବ।

ସୂଚନାନୁଯାୟୀ ,ଏହାପରେ କେନ୍ଦ୍ରମନ୍ତ୍ରୀ ବାଲେଶ୍ୱର ଜିଲ୍ଲା ବାହାନଗା ବଜାରକୁ ଯାଇ ସ୍ଥାନୀୟ ଲୋକଙ୍କୁ ଭେଟିବେ। ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନା ଓ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିବେ। ଏହାବ୍ୟତୀତ ଶ୍ରୀ ବୈଷ୍ଣବ ବାଲେଶ୍ୱର ରେଳ ଷ୍ଟେସନର ବିକାଶ ଯାଞ୍ଚ କରିବା ସହିତ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ।

Related posts

ନୂଆପଡ଼ା ନ୍ୟାସନାଲ୍‌ କଲେଜରେ ହେବେ ଭୋଟ୍‌ ଗଣତି, ରହିବ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

mahabharatanews

ଭିଜିଲାନ୍ସ ଜାଲରେ ହିନ୍ଦୋଳ ବିଇଓ ଶାନ୍ତନୁ ମଲ୍ଲିକ

mahabharatanews

ଆରମ୍ଭ ହେଲା ପ୍ରବାସୀ ଭାରତୀୟଙ୍କ ଘର ବାହୁଡା ପାଇଁ ବନ୍ଦେ ଭାରତ ମିଶନ

mahabharatanews