(ପାଟନା): ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ଯାଦବଙ୍କୁ ଟାର୍ଗେଟ କରି ତାଙ୍କ ବିରୁଦ୍ଧରେ ଆସିଥିବା ଚାରା ଦୁର୍ନୀତି ମାମଲାକୁ ନେଇ ଏକ ପୋଷ୍ଟର ପାଟନାରେ ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ଏକଷ୍ଟେସନର ପ୍ଲାଟଫର୍ମରେ ଲଗାଯାଇଛି । ଏକ ଟ୍ରେନକୁ ଅପେକ୍ଷା କରି ପ୍ଲାଟଫର୍ମରେ ଲାଲୁ ଛିଡା ହୋଇଥିବା ଚିତ୍ର ରହିଛି । ସେ ହାତରେ ଅପରାଧ ଗାଥା ନାମକ ଏକ ବହି ଧରି ଠିଆ ହୋଇଥିବା ଦେଖାଯାଇଛି । ଟ୍ରେନ ବଗିର ଗୋଟିଏ ଝରକାରେ ଗାଈମାନଙ୍କ ଚିତ୍ର ଥିବା ବେଳେ ଅନ୍ୟ ଏକ ଝରକାରେ ବସ୍ତାଗୁଡିକର ଚିତ୍ର ଦେଖିବାକୁ ମିଳିଛି । ଉକ୍ତ ପୋଷ୍ଟରରେ ଟ୍ରେନର ନାମ ‘କରପସନ ମେଲ୍’ ବୋଲିି ଦର୍ଶାଯାଇଛି । ତେବେ ଲାଲୁଙ୍କ ଚାରା ଦୁର୍ନିୀତିକୁ ଟାର୍ଗେଟ କରି ଏହି ପୋଷ୍ଟର ମରାଯାଇଛି । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଥିବା ବିହାରର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ କିଛି ଦିନ ତଳେ ସ୍ୱତନ୍ତ୍ର ସିବିଆଇ ଅଦାଲତରେ ହାଜର ହୋଇଥିଲେ । ଏହାର କିଛି ଦିନ ପରେ ଏହି ପାଟନାରେ ଏହି ପୋଷ୍ଟର ଲଗାଯାଇଛି । ସୂଚନାଯୋଗ୍ୟ, ଲାଲୁ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ସେ ରାଞ୍ଚି ସ୍ଥିତ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ଚିକିତ୍ସିତ ହେଉଛନ୍ତି ।
previous post
